Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ଟେନିସ ଓ ନୌଚାଳନାରେ ଭାରତକୁ ମିଳିଲା ୨ଟି ସ୍ୱର୍ଣ୍ଣ ପଦକ

ଜାକର୍ତ୍ତା : ଏସୀୟ କ୍ରୀଡ଼ାରେ ଆଜି ଭାରତକୁ ମିଳିଛି ୨ଟି ସ୍ୱର୍ଣ୍ଣପଦକ । ଏହି ୨ଟି ସ୍ୱର୍ଣ୍ଣପଦକ ହାସଲ ଫଳରେ ଭାରତର ପଦକତାଲିକାରେ ସ୍ୱର୍ଣ୍ଣ ସଂଖ୍ୟା ୬ରେ ପହଁଚିଛି ।

ପୁରୁଷ ନୌଚାଳନାର ଦଳଗତ ଇଭେଣ୍ଟରେ ଭାରତ ଇଣ୍ଡୋନେସିଆ ଓ ଥାଇଲାଣ୍ଡକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି ।

ଏହି ନୌଚାଳନା ବିଭାଗରେ ଦାତ୍ତୁ ଭୋକନାଲ, ଓମ୍ ପ୍ରକାଶ, ସାୱର୍ଣ୍ଣ ସିଂହ ଏବଂ ସୁଖମିତ ସିଂହ ଦଳଗତ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ।

ସେହିପରି ଆଜି ଭାରତକୁ ୨ୟ ସ୍ୱର୍ଣ୍ଣପଦକ ଦେଇଛନ୍ତି ଟେନିସ ଖେଳାଳି । ବିଶିଷ୍ଟ ଟେନିିସ ଖେଳାଳି ରୋହନ ବୋପାନ୍ନା ଓ ଦିୱିଜ ଶରନ୍ ଡ଼ବଲ୍ସ ବିଭାଗରେ କାଜାକିସ୍ତାନର ଆଲେକଜାଣ୍ଡାର ବୁବଲିକ ଏବଂ ଡ଼େିନିସଙ୍କ ଯୋଡ଼ିଙ୍କୁ ୬-୩, ୬-୪ ସେଟରେ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିପାରଛନ୍ତି ।

Leave A Reply

Your email address will not be published.