Latest Odisha News

BREAKING NEWS

ଭୁବନେଶ୍ୱର-ସୁରଟ ସିଧାସଳଖ ବିମାନ ଚଳାଚଳ ଲାଗି କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଓଡିଶାରୁ ସୁରଟକୁ ଘରୋଇ ବିମାନ ଚଳାଚଳ କରାଯିବା ନେଇ ଉଲ୍ଲେଖ କରିଛନ୍ତି ।

ସୂଚନା ଅନୁଯାୟୀ ଲକ୍ଷଲକ୍ଷ ସଂଖ୍ୟାରେ ଓଡିଆ ପରିବାର ସୁରଟରେ ରହି କାମ କରୁଛନ୍ତି ଓ ଘରକୁ ଯିବା ଆସିବା କରିବା ପାଇଁ ସେମାନେ କେବଳ ଟ୍ରେନ ଉପରେ ନିର୍ଭରଶୀଳ । ତେବେ ପରିବାରରେ କୌଣସି ଜରୁରୀ ପରିସ୍ଥିତି ହେଲେ ଲୋକମାନେ ଟ୍ରେନ୍ ଯୋଗେ ଯାଇ ପହଞ୍ଚିଲା ବେଳକୁ ବହୁ ବିଳମ୍ବ ହୋଇଥାଏ । ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

 

ଏପରିକି ବିମାନରେ ଆସିବାକୁ ହେଲେ ଗୋଟିଏ କିମ୍ବା ଦୁଇଟି ବିମାନ ବଦଳାଇ ଆସିବାକୁ ପଡିଥାଏ । ଏଣୁ ଏସବୁକୁ ଦୃଷ୍ଟିରେ ରଖି ଓଡିଶାରୁ ସୁରଟକୁ ଏୟାର ଇଣ୍ଡିଆ ବା ଅନ୍ୟ ଘରୋଇ ବିମାନ କମ୍ପାନୀ ଦ୍ୱାରା ସିଧାସଳଖ ବିମାନ ଚଳାଚଳ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଏହିପରି ପୂର୍ବରୁ ଭୁବନେଶ୍ୱର ଓ ପୁଣେ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଲାଗି ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ ।

Leave A Reply

Your email address will not be published.