Latest Odisha News

BREAKING NEWS

କାନାଡାକୁ ହରାଇ ସେମିଫାଇନାଲରେ ପହଁଚିଲା ଭାରତୀୟ ମହିଳା ହକି ଟିମ

ଭାରତୀୟ ମହିଳା ହକି ଟିମ୍ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଏକ କର ବା ମର ମ୍ୟାଚରେ ବିଜୟୀ ହୋଇଛି । ବିଜୟୀ ହେବା ପରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଟିମ୍ । 3-2ରେ କାନାଡାକୁ ହରାଇ ଭାରତୀୟ ଟିମ୍ ବିଜୟ ହୋଇଛି । ଭାରତ ପକ୍ଷରୁ ସଲୀମା ଗୋଟିଏ ଗୋଲ ଦେଇଥିବା ବେଳେ ନବନୀତ ଏବଂ ଲାଲରେସ୍ମିୟାମି ଗୋଟିଏ ଲେଖାଏ ଗୋଲ ଦେଇଥିଲେ ।

ପ୍ରଥମ ହାଫରେ ଭାରତ 2-1ରେ ଆଗୁଆ ଥିଲା । ପରେ କାନାଡ଼ା ଖେଳାଳିମାନେ ଆଉ ଏକ ଗୋଲ ଦେଇ ବରାବର ସ୍ଥିତିକୁ ମ୍ୟାଚକୁ ଆଣିଥିଲେ । ଶେଷରେ ଲାଲରେସ୍ମିୟାମି ଗୋଲ ଦେଇ ଭାରତକୁ ବିଜୟୀ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.