ଲଣ୍ଡନ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ପରେ ରୋହିତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି ଭାରତ । ଏଥିସହ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୪୮ ବର୍ଷ ପରେ ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୫.୨ ଓଭରରେ ୧୧୦ ରନ କରି ଅଲଆଉଟ ହୋଇ ଯାଇଥିଲା । ବୁମରାହ ୬ ଓ ମହମ୍ମଦ ସାମି ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ୧୧୧ ରନର ବିଜୟ ଲକ୍ଷ୍ୟକୁ କୌଣସି ୱିକେଟ ନ ହରାଇ ୧୮.୪ ଓଭରରେ ହାସଲ କରି ନେଇଥିଲା । ରୋହିତ ୫୮ ବଲରେ ୭୬ ଓ ଶିଖର ଧାୱନ ୫୪ ବଲରେ ୩୧ ରନ କରି ଅପରାଜିତ ରହିଥିଲେ ।
A clinical performance from #TeamIndia to beat England by 10 wickets ??
We go
-
up in the series ?
Scorecard
https://t.co/8E3nGmlNOh #ENGvIND pic.twitter.com/zpdix7PmTf
— BCCI (@BCCI) July 12, 2022
ବୁମରାହ ତାଙ୍କ ଦିନିକିଆ କ୍ୟାରିୟର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଛନ୍ତି । ସେହିପରି ସାମି ଭାରତୀୟ ବୋଲରଙ୍କ ମଧ୍ୟରେ ଦ୍ରୁତ ୧୫୦ ୱିକେଟ ହାସଲ କରିଛନ୍ତି । ସେ ପୂର୍ବତନ ପେସ ବୋଲର ଅଜିତ ଅଗରକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅଗରକର ୯୭ ମ୍ୟାଚରେ ଏହି କୀର୍ତିମାନ ସ୍ଥାପନ କରିଥିବା ବେଳେ ସାମି ୮୦ ମ୍ୟାଚରେ ତାଙ୍କୁ ଅତିକ୍ରମ କରିଛନ୍ତି ।
Comments are closed.