Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଉଦ୍ଧବଙ୍କ ନୂଆ ଷ୍ଟ୍ରୋକ୍ : ଦ୍ରୌପଦୀ ମୁର୍ମୁଙ୍କୁ କରିବେ ସମର୍ଥନ ! ଚୂଡାନ୍ତ ନିଷ୍ପତ୍ତି ଉଦ୍ଧବଙ୍କ ହାତରେ ଥିବାବେଳେ ଶିବସେନା ସାଂସଦ ସଞ୍ଜୟ ରାଓ୍ୱତ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ସମର୍ଥନ କରିବା ସପକ୍ଷରେ ଅଛନ୍ତି । ସେପଟେ ଶିବସେନାର ଅଡୁଆ ବଢୁଥିବାରୁ ‘ସିନ୍ଦେଙ୍କ ଗୋଷ୍ଠୀକୁ ଆସିବେ ୧୨ ଶିବସେନା ସାଂସଦ’ ।

 

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ରାଜ୍ୟରେ ୪ ଘଣ୍ଟାରେ ୫୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୨୯୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୧୦ ଅଛନ୍ତି । ଚିନ୍ତା ବଢ଼ାଉଛି ଖୋର୍ଦ୍ଧା, କଟକ ସଂକ୍ରମଣ ।

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା ।  ଜିଲ୍ଲାର ବିଭିନ୍ନ ନଦୀ ଗୁଡିକରେ ବଢୁଛି ଜଳସ୍ତର। ଲଗାଣ ବର୍ଷାରେ ଗଜପତିରେ ଧୋଇଗଲାଣି ପୋଲ , ଯୋଗାଯୋଗ ବିଚ୍ଛିନ୍ନ। ଜଳବନ୍ଦୀରେ ବିଭିନ୍ନ ଗାଁର ଲୋକମାନେ। ବିପନ୍ନଙ୍କ ଉପରେ ନଜର ରହିଥିବା କହିଛି ପ୍ରଶାସନ।

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଉପକୂଳ ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସକ୍ରିୟ। ଆଗାମୀ ୩୬ ଘଣ୍ଟା ଭିତରେ ଏହା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ । ପ୍ରଭାବରେ ବର୍ଷା ପରିମାଣ ବଢ଼ିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବଲାଙ୍ଗୀର-ସୋନପୁର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା। ମୃତକଙ୍କ ପରିବାରକୁ ୨ଲକ୍ଷ ଅନୁକମ୍ପା ରାଶି ସହ ଗୁରୁତରଙ୍କ ମାଗଣା ଚିକିତ୍ସା ନିର୍ଦ୍ଦେଶ।

ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା। ଭୁବନେଶ୍ୱର ଡିସିପିଙ୍କ ପ୍ରେସମିଟ୍, କହିଲେ ରାଗିଂର କୌଣସି ସୁରାକ ମିଳିନି। ୧୯୮ଜଣଙ୍କୁ ପଚରାଉଚୁରା ଜାରି। ଅଧିକ ଖୋଳତାଡ ପାଇଁ ରୁଚିକାଙ୍କ ଫୋନ୍ ସିଙ୍ଗାପୁର ପଠାଯିବ

Bhubaneswar DCP On BJB College Ruchika Death Case

ଆଜି ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରିବେ ଚତୂର୍ଦ୍ଧା ମୂରତି ।  ସେପଟେ ଆଜି   ସାରା ରାଜ୍ୟରେ ପାଳିତ ହେଉଛି ‘ରସଗୋଲା ଦିବସ’ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ପ୍ରଦାନ କରିବାର  ପରମ୍ପରା ।

ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତୁତି, ଜୁଲାଇ ୧୭ କୁ ଡାକିଲେ ସର୍ବଦଳୀୟ ବୈଠକ । ଜୁଲାଇ ୧୭ ତାରିଖ ସକାଳ ୧୧ ଟାରେ ସର୍ବଦଳୀୟ ବୈଠକ ବସିବ ବୋଲି କୁହାଯାଇଛି । ଚଳିତ ମୌସୁମୀ ଅଧିବେଶନ ମୋଟ ୨୬ ଦିନ ଚାଲିବ ଓ ଏହା ମଧ୍ୟରେ ମୋଟ ୧୮ ଟି କାର୍ୟ୍ୟଦିବସ ରହିଛି ।  ମୌସୁମୀ ଅଧିବେଶନରେ ସରକାର ମୋଟ ୧୨ ଟି ନୂଆ ବିଧେୟକ ପାଇଁ ପ୍ରସ୍ତାବ ଆଣିପାରନ୍ତି ।

ଝାଡଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ । ଦେବଘର ବିମାନବନ୍ଦରରୁ ବୈଦ୍ୟନାଥ ମନ୍ଦିର ପର୍ଯ୍ୟନ୍ତ ରୋଡ ଶୋ ,ନବନିର୍ମିତ ଦେବଘର ବିମାନବନ୍ଦର ଓ ଏମ୍ସ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଝାଡଖଣ୍ଡରେ ଆଉ ୩ ଟି ବିମାନବନ୍ଦର ନିର୍ମାଣ ପାଇଁ ଘୋଷଣା କରାଯାଇଛି ।।

ଚୀନରେ ମାଷ୍ଟରମାଇଣ୍ଡ ଓଡ଼଼ିଶାରେ ନେଟୱର୍କ: ଡିଜିଟାଲ ଲୋନ ଆପରେ ଚାଲିଛି ଠକେଇର ସାମ୍ରାଜ୍ୟ , ପ୍ଲେ ଷ୍ଟୋରରେ ଅତି ସହଜରେ ମିଳିଯାଉଛି ଡିଜିଟାଲ ଲୋନ ଆପ୍ ।  ସର୍ବସ୍ୱାନ୍ତ କରିବା ପାଇଁ ଯୋଜୋ, କୋକୋ , ଭଳି ଅନେକ ଠକ ଆପ୍ ଏବେ ପ୍ଲେଷ୍ଟୋରରେ ରହିଛି । 

ଶ୍ରୀଲଙ୍କାରେ ସମାପ୍ତ ହେଲା ଗୋଟାବାୟାଙ୍କୁ ଯୁଗ । ଇସ୍ତଫା ପତ୍ରରେ କଲେ ଦସ୍ତଖତ, ବୁଧବାର ହେବ ଘୋଷଣା  । ଇସ୍ତଫା ପତ୍ରକୁ ସାର୍ବଜନୀନ କରିବାକୁ ପ୍ରଥମେ ସଂସଦର ବାଚସ୍ପତିଙ୍କ ନିକଟକୁ ପଠାଯିବ । ଇସ୍ତଫା ପତ୍ରରେ ଦସ୍ତଖତ ପରେ ଏହାକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।

ଦିନିକିଆ ବିଶ୍ୱକପ ଉପରେ ଧାଓ୍ୱନଙ୍କ ନଜର, ପ୍ରସ୍ତୁତ କରିଛନ୍ତି ନୂଆ ପ୍ଲାନ୍ , ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ଶିଖର ଧାଓ୍ୱନ ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।  ଜୁଲାଇ ୧୨ ତାରିଖରେ ଇଂଲଣ୍ଡ ବିପକ୍ଷ ପ୍ରଥମ ମୁକାବିଲାରେ ଓପନିଂ କରୁଥିବା ନଜର ଆସିପାରନ୍ତି ଧାଓ୍ୱନ ।  

‘ଦି ଗ୍ରେଟ୍ ଖଲୀ’ଙ୍କ ଦବଙ୍ଗଗିରି, ବିଚ୍ ରାସ୍ତାରେ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ମାରିଲେ ଚାପୁଡା । ଆଇଡି କାର୍ଡ ମାଗିବାରୁ ଟୋଲ୍ ପ୍ଲାଜା କର୍ମଚାରୀଙ୍କ ଝଗଡା ସହ ମାରିଛନ୍ତି ଚାପୁଡା ।  ଖଲିଙ୍କ ଚାପୁଡା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରିଲିଜ ହେଲା ‘ଲାଇଗର’ର ଫାଷ୍ଟସଂଗ୍ ଅକଡି ପକଡି, ବିଜୟ ଦେବରାକୋଣ୍ଡାଙ୍କ ସହ ବଲିଉଡ ସୁପରଷ୍ଟାର ଅନନ୍ୟା ପାଣ୍ଡେ ।  ମନ ମତୁଆଲା ଡ୍ୟାନ୍ସ ସାଙ୍ଗକୁ ରୋମାନ୍ସର ଭରପୁର ମଜା ନେବେ ଦର୍ଶକ । ବିଜୟ ଏବଂ ଅନନ୍ୟାଙ୍କ ଏହି ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

୪୫ ବର୍ଷ ପରେ ରୂପେଲି ପରଦାକୁ କମବ୍ୟାକ୍ କରିବେ ଲିଜେଣ୍ଡାରୀ ଅଭିନେତ୍ରୀ, ଭନସାଲୀଙ୍କ ‘ହିରାମଣ୍ଡି’ରେ କାମ କରିବେ ମୁମତାଜ! ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । 

 

 

Leave A Reply

Your email address will not be published.