Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟକ୍ତିଗତ ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ରାହି

ଜାକର୍ତ୍ତା: ଏସିଆନ ଗେମ୍ସର ଚତୁର୍ଥ ଦିନରେ ଆଜି ଭାରତକୁ ମିଳିଛି ୪ର୍ଥ ସ୍ୱର୍ଣ୍ଣପଦକ ।

ମହିଳା ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ସୁଟର୍ ରାହି ସର୍ଣ୍ଣୋବତ୍ ।

ତେବେ ଏସୀୟ କ୍ରୀଡ଼ାରେ ପ୍ରଥମ ଭାରତୀୟ ମହିଳା ଭାବେ ବ୍ୟକ୍ତିଗତ ସୁଟିଂରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି ରାହି ।

ଋାହି ସର୍ଣ୍ଣୋବତଙ୍କ ଏହି ସ୍ୱର୍ଣ୍ଣ ପଦକ ହାସଲ ଫଳରେ ଭାରତର ସ୍ୱର୍ଣ୍ଣପଦକ ୪ରେ ପହଞ୍ଚିଛି । ପୂର୍ବରୁ ଭାରତ ସୁଟିଂରେ ଏକାଧିକ ପଦକ ହାସଲ କରିଛି ।

Leave A Reply

Your email address will not be published.