ନୂଆଦିଲ୍ଲୀ: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୯୦ ରନରେ ପାକିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୪୦ ରନ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏରୋନ ଜର୍ଜ ୮୮ ରନରେ ୮୫ ରନ କରି ଭାରତକୁ ଏକ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ । ଅଧିନାୟକ ଆୟୂଷ ମାହାତ୍ରେ ୩୮ ଓ କନିଷ୍କ ଚୌହ୍ୱାନ ୪୬ ରନ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ( ୫) ବିଫଳ ହୋଇଥିଲେ । ଜବାବରେ ପାକିସ୍ତାନ ୪୧.୨ ଓଭରରେ ୧୫୦ ରନ କରି ଅଲଆଉଟ ହୋଇ ଯାଇଥିଲା । ହୁଜେଫ ଏହଶାନ ଦଳ ପକ୍ଷରୁ ସର୍ବାଧିକ ୭୦ ରନ କରିଥିଲେ । ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ ।
ଭାରତର ଦୀପେଶ ଦେବେନ୍ଦ୍ର ଓ କନିଷ୍କ ଚୌହ୍ୱାନ ୩ଟି ଲେଖାଏଁ ୱିକେଟ ନେଇଥିଲେ । କିଶନ ସିଂ ୨ଟି ୱିକେଟ ହାସଲ କରିଥିଲେ । କନିଷ୍କ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିଲେ । ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଗ୍ରୁପ ଏରେ ଭାରତ ୨ଟି ମ୍ୟାଚରେ ୨ଟି ବିଜୟ ହାସଲ କରି ୪ ପଂଏଟ ସହ ପ୍ରଥମ ସ୍ଥାନରେ ରହିଛି ।