Latest Odisha News

BREAKING NEWS

ମହିଳା ଏସିଆ କପ ଟି-୨୦: ଶ୍ରୀଲଙ୍କାକୁ ପରାସ୍ତ କଲା ଭାରତ

କୁଆଲାଲାମ୍ପୁର : ଛଅଟି ଦେଶକୁ ନେଇ ମାଲେସିଆରେ ଚାଲିଥିବା ମହିଳା ଏସିଆ କପ ଟି-୨୦ ର ଏକ ମ୍ୟାଚରେ ଆଜି ଭାରତ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି । ଏହି ବିଜୟ ଫଳରେ ଭାରତ ଫାଇନାଲ ଖେଳିବା ଆଶା ଉଜ୍ଜିବିତ ହୋଇଛି ।

ଟସରେ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ଶ୍ରୀଲଙ୍କା ମହିଳା ଦଳ ୭ ୱିକେଟ ହରାଇ ମୋଟ ୧୦୭ ରନ କରିବାକୁ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ଜି ପେରେରା ୪୬ ରନ, ବି ମେଣ୍ଡିସ ୨୭ ରନ କରିଥିଲେ । ଭାରତ ପକ୍ଷରୁ ଚମତକାର ବୋଲିଂ କରି ଏକତା ବିଷ୍ଟ ୨୦ ରନରେ ୨ଟି, ଝୁଲଣ ଗୋସ୍ୱାମୀ, ଅନୁଜା ପାଟିଲ ଏବଂ ପୁନମ ଯାଦବ ଗୋଟିଏ କରି ୱିକେଟ ନେଇଥିଲେ ।

ଭାରତ ୧୦୭ ରନର ପିଛା କରି ବେଦା କ୍ରିଷ୍ଣମୁର୍ତ୍ତିଙ୍କ ୨୯, କପ୍ତାନ ହରମନପ୍ରୀତଙ୍କ ୨୯, ମିତାଲୀ ରାଜଙ୍କ ୨୩ ତଥା ଶ୍ମୃତି ମାନ୍ଧନାଙ୍କ ଉପଯୋଗୀ ୧୨ ରନ ଫଳରେ ମାତ୍ର ତିନୋଟି ୱିକେଟ ହରାଇ ୧୧୦ ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ପ୍ରବୋଧିନୀ, ଡ଼ି ସିଲଭା ଓ ରଣସିଂଘେ ଗୋଟିଏ କରି ୱିକେଟ ନେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଆସନ୍ତା ୯ ତାରିଖରେ ଭାରତ ଭେଟିବ । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିପାରିଲେ ସହଜରେ ଫାଇନାଲ ଖେଳିପାରିବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଦଳ ଟାଇଟଲର ମୁଖ୍ୟ ଦାବିଦାର ।

Leave A Reply

Your email address will not be published.