Latest Odisha News

BREAKING NEWS

ଏଟିଏମ୍ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର : ବାଲେଶ୍ୱର ଖଇରା ଥାନା ନିକଟସ୍ଥ ତୁରିଗଡ଼ିଆ ବଜାରରେ ଥିବା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ୍ ରୁ କେହି ଅଜଣା ଦୁର୍ବୁତ୍ତ ଟଙ୍କା ଲୁଟ୍ କରିଥିବାର ଅଭିଯୋଗ ହୋଇଛି ।

ସକାଳେ ସ୍ଥାନୀୟ ଲୋକେ ଏଟିଏମ୍ ସଟର୍ ଭଙ୍ଗାଥିବା ଦେଖି ତୁରନ୍ତ ପୋଲିସକୁ ଜଣାଇଥିଲେ । ଏହି ଏଟିଏମ୍ ଟି ଗତ ୨ / ୩ ଦିନ ଧରି ବନ୍ଦ ରହିଥିଲା, ତେବେ ଏହାର ସୁଯୋଗ ନେଇ ଲୁଟ୍ ହୋଇଥିବାର ସ୍ଥାନୀୟ ଲୋକେ କହୁଛନ୍ତି ।

ତେବେ ଯାହାବି ହେଉ, ଏହି ଏଟିଏମ୍ ରୁ କେତେ ଟଙ୍କା ଲୁଟ୍ ହୋଇଛି ତାହା ବ୍ୟାଙ୍କ ଓ ପୋଲିସ ଜାଣିବାକୁ ଉଦ୍ୟମ କରୁଛନ୍ତି ।

ଘଟଣା ସମ୍ପର୍କରେ ଖବର ପାଇ ଖଇରା ଥାନା ପୋଲିସ ଲୁଟ୍ ର ତଦନ୍ତ ସହିତ ଛାନଭିନ ଆରମ୍ଭ କରିଦେଇଛି ।

ଏଠାରେ ସୂଚନାଯୋଗ୍ୟ ମେ ୪ ତାରିଖରେ ଜିଲ୍ଲାରେ ଏହିପରି ୨ଟି ଏଟିଏମ୍ ତାଡ଼ି ୩୬ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟ କରିଥିଲେ ।

ଦୁର୍ବୃତ୍ତମାନେ ବାଲେଶ୍ୱର ଜିଲ୍ଲା ସୁନହଟର ଏକ ଏଟିଏମରୁ ୨୬ ଲକ୍ଷ ଓ ଆଇଟିଆଇ ଛକରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମ ତାଡ଼ି ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଲୁଟ୍ କରିବାପରେ ୨ଟି ଏଟିଏମ ମେସିନକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବାର ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.