Latest Odisha News

BREAKING NEWS

କାଶ୍ମୀର ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ଆହତ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ପାକିସ୍ତାନ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାଙ୍କ ଏକ ପେଟ୍ରୋଲିଂ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳିମାଡ଼ କରିବା ଫଳରେ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସେନା ପକ୍ଷରୁ ଏହାର କଠୋର ଜବାବ ଦିଆଯାଇଛି ।

ଏବେ କାଶ୍ମୀର ଘାଟିରେ ଅସ୍ତ୍ରବିରତି ଚାଲିଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ ଜାରି ରଖିଛନ୍ତି । କାଶ୍ମୀରରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟକୁ ଉସୁକାଉଛନ୍ତି ଏହି ବିଚ୍ଛିନ୍ନତାବାଦୀ । ତେବେ ଭାରତର ଗୃହମନ୍ତ୍ରୀ ରାଜନାଥ ସିଂହ ଏବେ କାଶ୍ମୀର ଗସ୍ତରେ ରହିଥିବା ଯୋଗୁଁ ଶାନ୍ତି ବଜାୟ ରହିବ ବୋଲି ଆଶା କରାଯାଉଛି ।

ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘଟଣାର ନିନ୍ଦା କରି କହିଛନ୍ତି, ସରକାର ରମଜାନ ମାସର ଅସ୍ତ୍ରବିରତିକୁ ଯଥେଷ୍ଟ ସମ୍ମାନ ଦେଉଛନ୍ତି । ନିୟନ୍ତ୍ରଣ ରେଖା ଆରପଟର ସମସ୍ତ ଆକ୍ରମଣକୁ ପ୍ରତିହତ କରାଯିବା ସହିତ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

Leave A Reply

Your email address will not be published.