ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ହକି ସେମିଫାଇନାଲରେ ଭାରତ ପ୍ରବେଶ କରି ପଦକ ଆଶା ଉଜ୍ଜୀବିତ କରିଛି । ଗୁରୁବାର ଅନୁଷ୍ଠିତ ମୁକାବିଲାରେ ଭାରତ ୪-୧ ଗୋଲରେ ୱେଲ୍ସକୁ ପରାସ୍ତ କରିଥିଲା । ଏଥିସହ ଭାରତର ପଂଏଟ ୧୦ ହୋଇଛି । ଜବରଦସ୍ତ ଫର୍ମରେ ଥିବା ହରମନପ୍ରୀତ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିବା ବେଳେ ଗୁରୁଜନ୍ତ ସିଂ ୪ର୍ଥ ଗୋଲଟି ଦେଇଥିଲେ । ହରମନପ୍ରୀତ ଏହି ଟୁର୍ଣ୍ଣାମେଂଟରେ ଏ ପର୍ଯ୍ୟନ୍ତ ୯ଟି ଗୋଲ ସ୍କୋର କରି ସାରିଛନ୍ତି । ୱେଲ୍ସ ପକ୍ଷରୁ ଏକମାତ୍ର ଗୋଲଟି ଗାରେଥ ଫର୍ଲଙ୍ଗ ସ୍କୋର କରିଥିଲେ ।
ବକ୍ସିଂ: ବକ୍ସିଂରେ ଭାରତୀୟ ପ୍ରତିଯୋଗୀମାନେ ୩ଟି ପଦକ ନିଶ୍ଚିତ କରିଛନ୍ତି । ୬୦ କେଜି ବିଭାଗରେ ଜୈସ୍ମିନ ନ୍ୟୁଜିଲାଣ୍ଡର ଟୋରୀ ଗ୍ରାଂଟନଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେହିପରି ଅମିତ ଫଙ୍ଗଲ ଓ ସାଗର ଅହଲାୱତ ମଧ୍ୟ ନିଜ ନିଜ କାଟାଗୋରୀର ସେମିକୁ ଉନ୍ନୀତ ହୋଇଛନ୍ତି । ଫଳରେ ଏହି ୩ ବକ୍ସର ଅତି କମରେ ବ୍ରୋଞ୍ଜ ପଦକ ହାସଲ କରିବେ ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.