Latest Odisha News

BREAKING NEWS

ଅର୍ପିତାଙ୍କ ମାଲିକାନାରେ କେତୋଟି ଫ୍ଲାଟ ଥିଲା ଏବଂ କ’ଣ ସବୁ ଜବତ ହୋଇଛି ପଢନ୍ତୁ ଏହି ରିପୋର୍ଟ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗର ତଦନ୍ତ କରୁଥିବା ଇଡି ଗୁରୁବାର ପାର୍ଥ ଚାଟାର୍ଜୀ ଏବଂ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ପଚରାଉଚରା କରିଛି। ଏଥି ସହିତ ପାର୍ଥ ଚାଟାର୍ଜି ଏବଂ ଅର୍ପିତା ମୁଖାର୍ଜୀଙ୍କ ନିକଟରୁ ଜବତ ହୋଇଥିବା ମୋବାଇଲରୁ ତଥ୍ୟ ବାହାର କରିବାରେ ମଧ୍ୟ ଇଡି ସଫଳ ହୋଇଛି। ମୁଖାର୍ଜୀଙ୍କ ଠାରୁ ଇଡି ଦୁଇଟିରୁ ଅଧିକ ପଞ୍ଜୀକୃତ ମୋବାଇଲ୍ ଫୋନ୍ ଜବତ କରିଛି। ଏହି ଦୁଇ ମୋବାଇଲ୍ ମଧ୍ୟରୁ ଗୋଟିଏ ମାେବାଇଲରୁ ପାର୍ଥ ଅର୍ପିତା ମୁଖାର୍ଜୀଙ୍କ ସହ କଥା ହେଉଥିଲେ।

ଇଡି ଅଧିକାରୀଙ୍କ କହିବାନୁସାରେ, ଜୁଲାଇ ୨୨ରେ ହୋଇଥିବା ଚଢାଉ ବେଳେ ଅର୍ପିତା ମୁଖାର୍ଜୀଙ୍କ ଦକ୍ଷିଣ କୋଲକାତା ଫ୍ଲାଟରୁ ୨୮ଟି ମୋବାଇଲ୍ ଜବତ କରାଯାଇଥିଲା। ଏହି ସବୁ ମୋବାଇଲରୁ ଅଗଷ୍ଟ ୨ରେ ତଥ୍ୟ ବାହାର କରିବାରେ ସଫଳ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟରୁ ଜବତ ହୋଇଥିବା ୨୮ ଟି ମୋବାଇଲ୍ ମଧ୍ୟରୁ ୭ଟି ମୋବାଇଲ ସକ୍ରିୟ ରହିଥିଲା । ତିନୋଟି ମୋବାଇଲ ନୂଆ ଥିଲା କିନ୍ତୁ ବ୍ୟବହାର ହେଉନଥିଲା। ସେହିପରି ୧୮ଟି ମୋବାଇଲ ଖରାପ ହୋଇ ପଡିଥିଲା। ଏହାବାଦ ହାର୍ଡ ଡିସ୍କ ମଧ୍ୟ ଜବତ ହୋଇଥିଲା ବୋଲି ଇଡି କହିଛି।

ସେହିପରି ଜବତ ହୋଇଥିବା ଡକ୍ୟୁମେଣ୍ଟରୁ ଜଣାପଡିଛି ଯେ ଉଭୟଙ୍କ ସହଭାଗିତା ୨୦୧୨ରେ ଏହି ଦୁର୍ନୀତି ଆରମ୍ଭ ହୋଇଥିଲା। ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ମଧ୍ୟରେ ୧ ନଭେମ୍ବର ୨୦୧୨ରେ ସହଭାଗିତା ଆରମ୍ଭ ହୋଇଥିଲା ଏହି ଦୁର୍ନୀତି। ଏହାପରେ ଏପିଏ ୟୁଟିଲିଟି ସର୍ଭିସେସ୍ ନାମକ ଏକ କମ୍ପାନୀ ପ୍ରତିଷ୍ଠା ହୋଇଥିଲା।

ଗୁରୁବାର ଇଡି ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ ବୋଲି କୁହାଯାଉଥିବା ଦକ୍ଷିଣର ପାଣ୍ଡିତ୍ୟ ରୋଡରେ ଥିବା ଏକ ଘରେ ତାଜା ଚଢାଉ କରିଥିଲା। ଇଡି କୋର୍ଟଙ୍କୁ କହିଛି ଯେ ଏଥିରେ ଅତି କମରେ ନଅଟି ଫ୍ଲାଟ ଅଛି ଯେଉଁଥିରୁ ପାଞ୍ଚଟି ଅର୍ପିତା ମୁଖାର୍ଜୀଙ୍କ ମାଲିକାନାରେ ରହିଛି। ଗୁରୁବାର ଯେଉଁ ଫ୍ଲାଟରେ ଚଢାଉ କରାଯାଇଥିଲା ସେହି ଦୁଇଟି ଦ୍ୱାର ଥିଲା । ସେଥିମଧ୍ୟରୁ ଗୋଟିଏ ଇସ୍ପାତରେ ତିଆରି କବାଟ ରହିଥିଲା। ଏହି କବାଟର ତାଲା ଭାଙ୍ଗିବା ପାଇଁ ତାଲି ମେକାନିକକୁ ଡାକିବାକୁ ପଡିଥିଲା। ତାଲା ମେକାନିକ କହିଛନ୍ତି, ଏହି ଇସ୍ତାତରେ ତିଆରି କବାଟ ଟୀନରୁ ଆସିଥିଲା। ଏହି କବାଟକୁ ସେମାନେ ହିଁ ଲଗାଇଥିଲେ।

ଏହାପୂର୍ବରୁ ଇଡି ନଗଦ ୫୦ କୋଟି ଟଙ୍କା ସହିତ ସୁନା ଅଳଙ୍କାର (ଅତି କମରେ ୫ କୋଟି ଟଙ୍କା) ଜବତ କରିଛି। ସେହିପରି ଉତ୍ତର କୋଲକାତାରେ ମୁଖାର୍ଜୀଙ୍କ ଫ୍ଲାଟରୁ ପ୍ରାୟ ୫୦୦ ଗ୍ରାମ ଓଜନ ବିଶିଷ୍ଟ ୬ଟି ବ୍ରେସଲେଟ୍ ଜବତ କରାଯାଇଛି ବୋଲି ଇଡି କହିଛି। ବୁଧବାର କୋର୍ଟ ଉଭୟଙ୍କୁ ଅଗଷ୍ଟ ୫ ପର୍ଯ୍ୟନ୍ତ ହେପାଜତକୁ ପଠାଇଛନ୍ତି।

Leave A Reply

Your email address will not be published.