Latest Odisha News

BREAKING NEWS

ସର୍ବାଧିକ ଟିକାକରଣ ପ୍ରକ୍ରିୟା‌ରେ ଆମେରିକା ପରେ ଦ୍ୱିତୀୟରେ ରହିଛି ଭାରତ

ନୂଆଦିଲ୍ଲୀ: ଦେଶ କରୋନା ଦ୍ୱିତୀୟ ତରଙ୍ଗର ସମ୍ମୁଖୀନ ହେଉଛି। ଏହା ଭିତରେ ଦେଶ ଟିକାକରଣ ପ୍ରକ୍ରିୟାରେ ମଧ୍ୟ ଦେଶ ବେଶ୍‌ ଆଗୁଆ ରହିଛି। ୨୦ କୋଟି ଲୋକଙ୍କୁ କରୋନା ଟିକାକରଣ କରି ଆମେରିକା ପରେ ଦ୍ୱିତୀୟ ଦେଶ ହୋଇପାରିଛି ଭାରତ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛି ଯେ ୬୦ ବର୍ଷରୁ ଅଧିକ ୪୨ ପ୍ରତିଶତ ଜନସଂଖ୍ୟା ଏହି ଟିକା ଗ୍ରହଣ କରିଛନ୍ତି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, “ଆମେରିକା ୧୩୦ ଦିନ ମଧ୍ୟରେ ସର୍ବାଧିକ ଲୋକଙ୍କୁ ଟିକାକରଣ କରି ଏହି ପ୍ରକ୍ରିୟାରେ ଆଗରେ ରହିଛି। ଏହା ପଛକୁ ରହିଛି ଭାରତ। ୨୦ କୋଟି ଅତିକ୍ରମ  କରିବାକୁ ଆମେରିକା ୧୨୪ ଦିନ ସମୟ ନେଇଥିଲା।”

ଏହି ସମୟରେ, ଦିଲ୍ଲୀର ଏକ ଘରୋଇ ସ୍ୱାସ୍ଥ୍ୟସେବା ଦ୍ବାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ କରୋନାର ନୂଆ ଷ୍ଟ୍ରେନ୍‌ ସହିତ ମୁକାବିଲା କରିବା ଏବଂ ଭୟଙ୍କର ସଂକ୍ରମଣରୁ ରକ୍ଷା ପାଇବା, ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ମୃତ୍ୟୁରୁ ରକ୍ଷା କରିବା ପାଇଁ ଟିକା ପ୍ରଭାବଶାଳୀ ବୋଲି ଜଣାପଡିଛି।

Comments are closed.