Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁ ଫିଲ୍ମରେ ଅକ୍ଷୟ, ରଣବୀର ଓ ଅଜୟଙ୍କୁ ଏକତ୍ର ଫାଇଟ କରୁଥିବା ଦେଖିବାକୁ ମିଳିବ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ବହୂ ପ୍ରତୀକ୍ଷିତ ସୂର୍ଯ୍ୟବଂଶୀ ଫିଲ୍ମ ପ୍ରାୟ ୧ ବର୍ଷ ଧରି ରିଲିଜ ହୋଇପାରୁ ନାହିଁ । ରୋହିତ ଶେଟ୍ଟୀ ଏହି ପୋଲିସ ଡ୍ରାମା ଥିଏଟରରେ ରିଲିଜ କରିବାକୁ ଚାହୁଁଥିବା ବେଳେ କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇପାରୁ ନାହିଁ । ତଥାପି ସେ ଆଉ କିଛି ଦିନ ଅପେକ୍ଷା କରିବେ ବୋଲି କହିଛନ୍ତି । ଏହି ଫିଲ୍ମରେ ଅକ୍ଷୟଙ୍କୁ ନେଇ ଅନେକ ଆକ୍ସନ ସିନର ଶୁଟିଂ କରାଯାଇଛି ।

ତେବେ ଏବେ ଚର୍ଚ୍ଚାକୁ ଆସିଛି ଏହାର କ୍ଲାଇମାକ୍ସ ସିନ୍ । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏଥିରେ ଅଜୟ ଦେବଗାନଙ୍କୁ ସିଂଘମ ଏବଂ ରଣବୀର ସିଂଙ୍କୁ ସିମ୍ବା ଚରିତ୍ରରେ ଦେଖିବାକୁ ମିଳିବ । ଅକ୍ଷୟ କୁମାରଙ୍କ ସହ ଅଜୟ ଏବଂ ରଣବୀର ଫାଇଟ କରୁଥିବା ଦେଖିବାକୁ ମିଳିବ । ରୋହିତଙ୍କ ମତରେ ଏଥିରେ ଅଜୟ ଏବଂ ରଣବୀରଙ୍କୁ ୩୦ ମିନିଟ ସ୍କ୍ରିନ ସ୍ପେଶ ମିଳିଛି ।

Leave A Reply

Your email address will not be published.