Latest Odisha News

BREAKING NEWS

ମାଙ୍କଡ଼ ଫଟୋରେ ମଜାଦାର୍ କ୍ୟାପ୍ସନ୍ ଦେଇ ଜିତନ୍ତୁ ବ୍ରାଣ୍ଡ୍ ନ୍ୟୁ ମହିନ୍ଦ୍ରା ସ୍କେଲ୍ ମଡେଲ୍ କାର୍

ନୂଆଦିଲ୍ଲୀ: ମହିନ୍ଦ୍ରା ଗ୍ରୁପ୍‌ର ‌ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିକଟରେ ଟୁଇଟର୍‌ରେ ଡିଟିଏଚ୍‌ ଉପରେ ଏକ ମାଙ୍କଡ଼ ବସିଥିବାର ଫଟୋ ସେୟାର୍‌ କରିଥିଲେ। ଫଟୋ ସେୟାର୍‌ କରି ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀଙ୍କୁ ବ୍ରାଣ୍ଡ୍‌‌ ନ୍ୟୁ ମହିନ୍ଦ୍ରାର ସ୍କେଲ୍‌ ଗାଡି ଜିତିବା ପାଇଁ ସୁଯୋଗ ଦେଇଥିଲେ।

ତେବେ ଏଥିପାଇଁ ସର୍ତ୍ତ ରଖାଯାଇଥିଲା କେବଳ ମାଙ୍କଡ ଫଟୋରେ ଗୋଟିଏ ମଜାଦାର୍‌ କ୍ୟାପ୍‌ସନ୍‌ ଦେବା। ଏ ନେଇ ଖୋଦ୍‌ ମହିନ୍ଦ୍ରା ଗ୍ରୁପ୍‌ ଅଧ୍ୟକ୍ଷ ଘୋଷଣା କରିଥିଲେ।

ସେ କହିଥିଲେ ଯିଏ ଏହି ମାଙ୍କଡ ଫଟୋରେ ହିନ୍ଦୀ କିମ୍ବା ଇଂରାଜୀରେ ମଜାଦାର୍‌ କ୍ୟାପ୍‌ସନ୍‌ ଦେବ ତାଙ୍କୁ ପୁରସ୍କାର ରୂପେ ମହିନ୍ଦ୍ରା ବ୍ରାଣ୍ଡ୍‌ ନ୍ୟୁ ସ୍କେଲ୍‌ ମଡେଲ୍‌‌ କାର୍‌ ଦିଆଯିବ।

ତେବେ ଏଥିପାଇଁ ଅସଲି ଗାଡ଼ି ନୁହେଁ ବରଂ ମହିନ୍ଦ୍ରାର ସ୍କେଲ ମ‌ଡେଲ୍‌ ଗାଡି ଦିଆଯିବ ବୋଲି ସ୍ପଷ୍ଟ କରାଯାଇଥିଲା। ଏହା ଏକ ଖେଳଣା ଗାଡି। ଏହି ଗାଡିର ମୂଲ୍ୟ କିଛି ହଜାର ଟଙ୍କା ରହିଛି।

Comments are closed.