Latest Odisha News

BREAKING NEWS

ଅଷ୍ଟ୍ରେଲିଆ ବିଜୟ ରଥକୁ ରୋକିଲା ଭାରତୀୟ ମହିଳା କ୍ରିକେଟ ଟିମ୍‌

ନୂଆଦିଲ୍ଲୀ: ଦିନିକିଆରେ କ୍ରମାଗତ ୨୭ ମ୍ୟାଚରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଟିମର ବିଜୟ ରଥକୁ ରୋକିବାରେ ସଫଳ ହୋଇଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ । ଏହି ଐତିହାସିକ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଉଇକେଟରେ ୨୬୪ ରନ କରିଥିଲା । ଜବାବରେ ଭାରତ ୟସ୍ତିକା ଭାଟିଆଙ୍କ ୬୪ ଏବଂ ଶେଫାଳୀ ବର୍ମାଙ୍କ ୫୬ ରନ ସହାୟତାରେ ୪୯.୩ ଓଭରରେ ୮ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ବିଜୟ ସତ୍ୱେ ଭାରତ ୧-୨ରେ ଅଷ୍ଟ୍ରେଲିଆ ନିକଟରୁ ସିରିଜ ପରାଜୟବରଣ କରିଛି ।

ସୂଚନାଯୋଗ୍ୟ, ୨୦୦୧ରେ ଅଷ୍ଟ୍ରେଲିଆ ପୁରୁଷ ଦଳର ବିଜୟ ଧାରାକୁ ସୌରଭ ଗାଙ୍ଗୁଲି ନେତୃତ୍ୱାଧୀନ ଟିମ ଜିତିଥିଲେ । ତା ପୂର୍ବରୁ ଅଷ୍ଟ୍ରେଲିଆ ଟିମ କ୍ରମାଗତ ୧୬ ମ୍ୟାଚରେ ବିଜୟୀ ହୋଇଥିଲେ ।

Comments are closed.