Latest Odisha News

BREAKING NEWS

୧୦ ବର୍ଷ ପରେ ଆଇସିସି ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଜିତିଲା ଭାରତ, ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ

ନୂଆଦିଲ୍ଲୀ: ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ର ଫାଇନାଲରେ ପ୍ରବେଶ କରିଛି। ରୋହିତ ଶର୍ମାଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ଭାରତ ୧୭୧ ରନ୍ର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ପରେ ସ୍ପିନର ଅକ୍ଷର ପଟେଲ ଓ କୁଲଦୀପ ଯାଦବ ୩ଟି ଲେଖାଏଁ ୱିକେଟ୍ ନେଇ ଇଂଲଣ୍ଡକୁ ୧୦୩ ରନରେ ଅଲଆଉଟ୍ କରିବାରେ ସକ୍ଷମ ହୋଇଥିଲେ। ଅକ୍ଷର ପଟେଲ ମ୍ୟାନ୍ ଅଫ୍ ଦ ମ୍ୟାଚ ପୁରସ୍କାର ଗ୍ରହଣ କରିଛନ୍ତି।

ଭାରତୀୟ ଦଳ ଟି-୨୦ ବିଶ୍ବକପ୍ ଫାଇନାଲ୍ ପାଇଁ ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ସହ ୨୦୨୨ ବିଶ୍ବକପ୍ ସେମିଫାଇନାଲ୍ ରେ ଇଂଲଣ୍ଡ ବିପକ୍ଷରେ ପରାଜୟର ପ୍ରତିଶୋଧ ମଧ୍ୟ ପୂରଣ କରିଛି। ଅପରାଜିତ ଭାରତ ଜୁନ୍ ୨୯ରେ ଫାଇନାଲରେ ଅପରାଜିତ ଦକ୍ଷିଣ ଆଫ୍ରିକା ଦଳକୁ ଭେଟିବ।

ଏହି ସେମିଫାଇନାଲ ମୁକାବିଲାରେ ଟିମ୍ ଇଣ୍ଡିଆର ଆରମ୍ଭ ମଧ୍ୟ ଖରାପ ଥିଲା । ବିରାଟ କୋହଲି ପୁଣି ଶସ୍ତାରେ ପ୍ୟାଭିଲିଅନ ଫେରିଥିବା ବେଳେ ଋଷଭ ପନ୍ତ ମଧ୍ୟ ବେଶି ସମୟ କ୍ରିଜରେ ରହିପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଗତ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା ଏବଂ ସେହି ମ୍ୟାଚ୍ ଭଳି ପୁଣି ଥରେ ଅଧିନାୟକ ରୋହିତ ଶର୍ମା ସାମ୍ନାକୁ ଆସି ଭଲ ବ୍ୟାଟିଂ କରିଛନ୍ତି। ଯେଉଁଠାରେ ତାଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଭଲ ପାର୍ଟନରସିପ୍ ମିଳିଥିଲା। ରୋହିତ ମାତ୍ର ୩୬ ବଲରେ ଅର୍ଦ୍ଧଶତକ ପୂରଣ କରିବା ସହ ସୂର୍ଯ୍ୟଙ୍କ ସହ ୭୩ ରନର ଭାଗିଦାରୀ କରିଥିଲେଯ। ଯାହା ମ୍ୟାଚରେ ସବୁଠାରୁ ବଡ଼ ଫରକ ସାବ୍ୟସ୍ତ ହୋଇଥିଲା।

 

Leave A Reply

Your email address will not be published.