Latest Odisha News

BREAKING NEWS

ଭାରତ-ଚୀନ ସୀମା ପରିସ୍ଥିତି: ଅବାସ୍ତବ ଖବର ନ’ଦେବାକୁ ଗଣମାଧ୍ୟମକୁ ପରାମର୍ଶ

ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ସାମ୍ପ୍ରତିକ ପରିସ୍ଥିତିର ସମାଧାନ ପାଇଁ ପ୍ରତିଷ୍ଠିତ ସାମରିକ ଏବଂ କୂଟନୈତିକ ମାଧ୍ୟମ ଅନୁଯାୟୀ ଦୁଇ ଦେଶର ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି ।

ତେଣୁ, ଏହି ପର୍ଯ୍ୟାୟ କାଳରେ ସେ ସମ୍ପର୍କିତ କାର୍ଯ୍ୟକଳାପ ବିଷୟରେ କୌଣସି କାଳ୍ପନିକ ଏବଂ ଅବାସ୍ତବ ଖବର ପରିବେଷଣରୁ ନିବୃତ୍ତ ରହିବାକୁ ଗଣମାଧ୍ୟମକୁ ପରାମର୍ଶ ଦିଆଯାଇଛି ।

ଇତିମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲଦାଖ ପରିସ୍ଥିତିକୁ ନେଇ ଆଲୋଚନା ଜାରି ରହିଛି । ଚୀନ ସୀମା ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖାରେ ସ୍ଥିତ ମାଲଡ଼ୋରରେ ଆଲୋଚନା ହୋଇଛି । ଭାରତୀୟ ସେନାର ଜଣେ ମୁଖପାତ୍ର ଆଲୋଚନା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ, ଭାରତ-ଚୀନ ସୀମାରେ ସାମ୍ପ୍ରତିକ ସ୍ଥିତିକୁ ନେଇ ଭାରତ ଓ ଚୀନ ଅଧିକାରୀମାନେ ସେନା ଓ କୁଟନୈତିକ ଆଲୋଚନା ମାଧ୍ୟମରେ କଥାବାର୍ତ୍ତା ଜାରି ରଖିବେ ।

Leave A Reply

Your email address will not be published.