Latest Odisha News

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର କହିଛନ୍ତି ସୁବ୍ରତ ବାଗଚୀ ।

ଏଥିସହ ସେ କହିଛନ୍ତି ଯେ, କୋଭିଡ଼ ଲଢ଼େଇରେ ଗଜପତି ମହାରାଜ ଉଦାହରଣ ସାଜିଛନ୍ତି । ସୂଚାରୁ ରୂପେ ସ୍ନାନଯାତ୍ରା ସରିଥିବାରୁ ମନ୍ଦିର ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ସଂକ୍ରମଣ ତାଲିକାରେ ବିଶ୍ୱରେ ଭାରତ ଷଷ୍ଠ ସ୍ଥାନକୁ ଆସିଛି ।

ଲକଡାଉନର ଅର୍ଥ ନୁହେଁ ଅଲ କ୍ଲିୟର । ସେହିପରି ଲକଡାଉନ କୋହଳର ଅର୍ଥ ନୁହେଁ ଯେ କରୋନା ଚାଲିଗଲା । ସାମାଜିକ ଦୂରତା ରଖନ୍ତୁ, ମାସ୍କ ପିନ୍ଧନ୍ତୁ, ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ବାଗଚୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.