Latest Odisha News

ଭୁୁବନେଶ୍ୱରରୁ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଚିହ୍ନଟ ହେଲେ କରୋନା ପଜିଟିଭ । ଆଜି ସନ୍ଧ୍ୟାରେ ଆଉ ୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ୪ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ଡୁମଡୁମା ଅଚଂଳର ଜଣେ ଅଛନ୍ତି, ଯିଏକି ପଶ୍ଚିମବଙ୍ଗ ଫେରନ୍ତା, ସେହିପରି ଓଲ୍ଡ ଟାଉନ୍‌ରୁ ଜଣେ, ଯିଏକି ଗୁଚରାଟ ଫେରନ୍ତା, ଘାଟିକିଆରୁ ଅଚଂଳର ଜଣେ, ଯିଏ ନିକଟରେ ପଶ୍ଚିମବଙ୍ଗ ଫେରନ୍ତା। ଏତତ୍ ବ୍ୟତୀତ ପୋଖରୀପୁଟରୁ ମଧ୍ୟ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଦିଲ୍ଲୀରୁ ଫେରିଥିଲେ । ଏହାସହ ରାଜଧାନୀରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତ ଜଣଙ୍କ ହେଉଛନ୍ତି ଗଜପତିନଗର ଅଞ୍ଚଳର ।

ତେବେ ଆଜି ଚିହ୍ନଟ ହୋଇଥିବା ଏହି ୫ ଜଣଙ୍କ ମଧ୍ୟରେ ଜଣେ ଆସିଷ୍ଟାଣ୍ଟ ପ୍ରଫେସର ଓ ଜଣେ ସିଆଇଏସ୍‌ଏଫ୍ ଯବାନ ଥିବା ବିଏମ୍‌ସି ସୂଚନା ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୬ରେ ପହଂଚିଛି । ସୁସ୍ଥ ସଂଖ୍ୟା ୫୧, ମୃତ୍ୟୁ ୩ ଏବଂ ଆକ୍ଟିଭ କେସ୍ ୩୨ ରହିଛି ।

Leave A Reply

Your email address will not be published.