Latest Odisha News

କରୋନା ମହାମାରୀରେ ଭାରତ ଫସିଛି, ସୀମାରେ ଚୀନ ନିୟୋଜିତ କରୁଛି ରକେଟ ଲଂଚର୍ସ

ନୂଆଦିଲ୍ଲୀ: ଚୀନ ଉପରେ ସାରା ବିଶ୍ୱ ଅସନ୍ତୁଷ୍ଟ ଅଛନ୍ତି । ତଥାପି ଡ୍ରାଗନ ତାର ପ୍ରକୃତି ସୁଧାରୁ ନାହିଁ । ଚୀନର ସିସିଟିଭି ନାମକ ଟିଭି ଚ୍ୟାନେଲ ଅନୁସାରେ ଭାରତ ଏବେ କରୋନା ମହାମାରୀରୁ ମୁକୁଳିବା ନେଇ ବ୍ୟସ୍ତ ରହିଥିବା ବେଳେ ଚୀନ ତାର ଚାଲ ଚଲେଇବା ଆରମ୍ଭ କରିଛି । ତିବ୍ଦତ ନିକଟ ସୀମାରେ ଚୀନ ସେନା ପିଏଚଏଲ-୦୩ ରକେଟ ଲଂଚର୍ସ ମୁତୟନ କରିଛି । ଶିଜିୟାଙ୍ଗ କମାଣ୍ଡୋଙ୍କୁ ଏହି ଦାୟିତ୍ୱରେ ଲଗାଯାଇଛି ।

ଏହି ଅତ୍ୟାଧୁନିକ ରକେଟ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ଦ୍ୱାରା ଚାଲିଥାଏ । ଏକ ସମୟରେ ୬୦ କିଲୋମିଟର ପ୍ରତି ଘଂଟାରେ ଏହା ୧୩୦ କିଲୋମିଟର ରେଂଜରେ ଅନ୍ୟ ଗୁଡିଏ ସ୍ଥାନ ଉପରେ ଏହି ଲଂଚର୍ସ ଆକ୍ରମଣ କରିପାରିବ । ଲଦାଖ ସୀମାର ୫୨୦୦ ମିଟର ଉଚ୍ଚରେ ଏହାକୁ ନିୟୋଜିତ କରାଯାଇଛି । ଯେଉଁଠାରେ ଭାରତ ଏବଂ ଚୀନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା । ଏହା ବ୍ୟତୀତ ବହୁତ ହାଲକା ୧୫ ଟ୍ୟାଙ୍କ ମଧ୍ୟ ମୁତୟନ କରିଛି । ଭାରତର ପଦକ୍ଷେପ ନେଇ କୌଣସି ରିପୋର୍ଟ ଆସି ନାହିଁ ।

Leave A Reply

Your email address will not be published.