Latest Odisha News

BREAKING NEWS

ସଲମାନ୍‌ଙ୍କ ଭଉଣୀ ଅର୍ପିତା ବି ହୋଇଥିଲେ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନର ଦ୍ବିତୀୟ ତରଙ୍ଗ ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଛି। ତେବେ ଦେଖିବାକୁ ଗଲେ ପ୍ରାୟ ଅଧିକାଂଶ ବଲିଉଡ୍‌ ସେଲିବ୍ରିଟିମାନଙ୍କ କରୋନା କବଳରେ ଆସିସାରିଲେଣି। ତେବେ ଆଉ ଜଣେ ବଲିଉଡ୍‌ର ଆଉ ଜଣେ ସେଲିବ୍ରିଟି ବି କରୋନାର ଶିକାର ହୋଇଥିଲେ ବୋଲି ଜଣାପଡ଼ିଛି।

ତେବେ ସେହି ସେଲିବ୍ରିଟି ଜଣକ ହେଉଛନ୍ତି ସଲ୍‌ମାନ ଖାନଙ୍କ ଭଉଣୀ ଅର୍ପିତା ଖାନ୍‌। ସୋମବାର ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା କହିଛନ୍ତି ଯେ ସେ ଗତ ମାସରେ କରୋନା ଆକ୍ରାନ୍ତ ହୋଇଥିଲେ ଏବଂ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି।

ଏ କଥା ସେତେବେଳେ ସ୍ପଷ୍ଟ ହୋଇଥିଲା ଯେତେବେଳେ ସଲମାନ ଏହା ଉପରେ ମୋହର ମାରିଥିଲେ। ଏକ ସାକ୍ଷାତକାରରେ କହିଥିଲେ ଯେ ଅର୍ପିତା କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାଛଡ଼ା ସଲମାନ କ‌ରୋନା ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଦ୍ୱିତୀୟ ତରଙ୍ଗକୁ ହାଲୁକା ଭାବେ ଗ୍ରହଣ ନକରିବାକୁ ଜନସାଧାରଣଙ୍କୁ ଚେତାବନୀ ଦେଇଥିଲେ।

Leave A Reply

Your email address will not be published.