Latest Odisha News

BREAKING NEWS

ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ ଅବଧି

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ପୁଣି ବଢିପାରେ ଲକ୍‌ଡାଉନ। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇପାରନ୍ତି। କୋଭିଡ-୧୯ ଲକଡାଉନ୍‌କୁ ମେ-ଶେଷ ପର୍ଯ୍ୟନ୍ତ ବଢାଇବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି।

ତେବେ ଆସନ୍ତା ୧୫ ଯାଏ ଜାରି ରହିଥିବା ଲକ୍‌ଡାଉନର ଅବଧି ଶେଷ ହେବା ପରେ ରାଜ୍ୟ ସରକାର ଏହି ଲକଡାଉନ୍ କୁ ଆଉ ଦୁଇ ସପ୍ତାହ ବଢାଇବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏହି ଲକ୍‌ଡାଉନ ବର୍ତ୍ତମାନ ଭଳି କଡାକଡି ହେବ।

ବୁଧବାର ରାଜ୍ୟ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ମୁମ୍ବାଇ ଏବଂ ଥାନେ ସମେତ ୨୧ ଟି ଜିଲ୍ଲାରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି।

Leave A Reply

Your email address will not be published.