Latest Odisha News

BREAKING NEWS

ଆଜି ଭାରତ-ଚୀନ ମିଲିଟାରୀ କମାଣ୍ଡର ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ: ଏଲଏସିର ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିଛି ଚୀନ୍ । ସ୍ୱାଭାବିକ ସ୍ଥିତି ଫେରୁଛି । ଆଜି ଚତୁର୍ଥ ଥର ପାଇଁ ଦୁଇ ଦେଶ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ହେବ । ଇଷ୍ଟର୍ଣ୍ଣ ଲଦାଖଲ ଚୁସୁଲ ବସିବ କର୍ପସ କମାଣ୍ଡରସ୍ତରୀୟ ବୈଠକ ।

ପୂର୍ବ ଆଲୋଚନା ଅନୁସାରେ ପ୍ରଥମ ପର‌୍ୟ୍ୟାୟରେ ଲଦାଖରେ କିଛି ସ୍ଥାନରୁ ପଛଘୁଞ୍ଚା ଦେଇଛି ଚୀନ୍ ସେନା । ତଥାପି ପାଙ୍ଗଙ୍ଗ ସୁ ହ୍ରଦ ଅଞ୍ଚଳରେ ରହିଥିବା ଚୀନ୍ ସେନା ଅପସାରଣ ନେଇ ଆଜିର ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।

ପୂର୍ବରୁ ଜୁନ୍ ୩୦, ଜୁଲାଇ ୫ ଓ ଜୁଲାଇ ୯ ତାରିଖରେ ତିନିଟି ପର‌୍ୟ୍ୟାୟରେ ଦୁଇ ଦେଶ ଲେଫ୍ଟେନାଣ୍ଟ ଜେନେରାଲ୍ ସ୍ତରୀୟ ଆଲୋଚନାରେ ସୀମା ବିବାଦ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.