Latest Odisha News

BREAKING NEWS

ଗଲୱାନ ଘାଟି ସଂଘର୍ଷ: ସହିଦ ଭାରତୀୟ ଯବାନଙ୍କୁ ଆମେରିକାର ଶ୍ରଦ୍ଧାଞ୍ଜଳି

ୱାଶିଂଟନ: ଗତ ଜୁନ୍ ୧୫ ତାରିଖରେ ଲଦାଖ ସ୍ଥିତ ଗଲୱାନ ଘାଟିରେ ଭାରତ-ଚୀନ ଯବାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସହ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ ।

ଏହି ଅବସରରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଟ୍ୱିଟ୍ ଜରିଆରେ ଭାରତୀୟ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ‘ଚୀନ ସହ ହୋଇଥିବା ସଂଘର୍ଷରେ ଭାରତର ଯେଉଁ ଯବାନ ସହିଦ ହୋଇଛନ୍ତି, ସେମାନଙ୍କୁ ଆମେ ଶ୍ରଦ୍ଧାଞ୍ଜଳୀ ଜଣାଉଛୁ । ଏଥିସହ ଆମେ ସମ୍ବେଦନ ପ୍ରକାଶ କରୁଛୁ” ବୋଲି ଟ୍ୱିଟରେ ଉଲ୍ଲେଖ ରହିଛି ।

ଉଲ୍ଲେଖଯୋଗ୍ୟ, ଗତ ସୋମବାର ଦିନ ଲଦାଖ ସ୍ଥିତ ଗଲୱାନ ଘାଟିରେ ଏସିଆର ଦୁଇ ଶକ୍ତିଶାଳୀ ଦେଶର ଯବାନମାନେ ଲୁହାରଡ ଓ ପଥର ଦ୍ୱାରା ପରସ୍ପରକୁ ଆକ୍ରମଣ କରିଥିଲେ । ଯେଉଁଥିରେ ଭାରତର ପାଖାପାଖି ୨୦ ଯବାନ ନିହତ ହୋଇଥିବା ବେଳେ ସେଥିମଧ୍ୟରେ ଓଡିଶାର ୨ ଯବାନ ରହିଥିଲେ ।

ସେହିପରି ଚୀନର ମଧ୍ୟ ୪୫ ସୈନିକ ନିହତ ହୋଇଥିଲେ । କିନ୍ତୁ ଏନେଇ ଚୀନ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲା ।

 

Leave A Reply

Your email address will not be published.