Latest Odisha News

ମୋଦିଙ୍କ ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ପିନାକୀ ମିଶ୍ର

ଭୁବନେଶ୍ୱର : ଗଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିବେ ସାଂସଦ ପିନାକୀ ମିଶ୍ର । ଗତ ୧୬ ତାରିଖ ରାତିରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ୨୦ ଜଣ ଭାରତୀୟ ଯବାନ ସହିଦ ପ୍ରସଙ୍ଗରେ ଆଲୋଚନା ହେବ ।

କଂଗ୍ରେସ ପକ୍ଷରୁ ସୋନିଆ ଗାନ୍ଧି, ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର, ବାମ ନେତା ସୀତାରାମ ୟେଚୁରୀ ଓ ଡି. ରାଜା, ଡିଏମକେ ମୁଖ୍ୟ ଏମ୍‌. କେ. ଷ୍ଟାଲିନ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପ୍ରମୁଖ ଆଜି ଅପରାହ୍ନ ୫ଟାରେ ହେବାକୁ ଥିବା ଭର୍ଚୁଆଲ ବୈଠକରେ ଯୋଗ ଦେବେ ।

Leave A Reply

Your email address will not be published.