ନୂଆଦିଲ୍ଲୀ: ଫ୍ରାନ୍ସରୁ ୨୬ଟି ରାଫେଲ ମେରାଇନ୍ ଲଢ଼ୁଆ ବିମାନ କିଣିବା ପାଇଁ ଭାରତ ମେଗା ଡିଲ୍ କୁ ମଞ୍ଜୁରୀ ଦେଇଛି। ସରକାରୀ ସୂତ୍ର ଅନୁଯାୟୀ, ୬୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ସରକାରୀ ଚୁକ୍ତି ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବ। ଏହି ଚୁକ୍ତି ଅନୁଯାୟୀ, ଭାରତୀୟ ନୌସେନା ୨୨ଟି ସିଙ୍ଗଲ-ସିଟର ଏବଂ ଚାରୋଟି ଟୁଇନ-ସିଟର ବିମାନ ପାଇବ।
ଚୁକ୍ତି ସ୍ୱାକ୍ଷରିତ ହେବାର ପ୍ରାୟ ୫ବର୍ଷ ପରେ ରାଫେଲ -ଏମ୍ ଜେଟ୍ର ଡେଲିଭରି ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବିମାନର ଡେଲିଭରି ୨୦୨୯ର ଶେଷ ଆଡକୁ ଆରମ୍ଭ ହେବ ଓ ୨୦୩୧
ସୁଦ୍ଧା ଭାରତୀୟ ନୌସେନାରେ ୨୬ଟି ବିମାନ ସାମିଲ ହୋଇଯିବେ । ଏହି ବିମାନଗୁଡ଼ିକ ଫ୍ରାନ୍ସର ଘରୋଇ ଆଭିଏସନ୍ କମ୍ପାନୀ ଡାସଲ୍ଟ ଆଭିଏସନ୍(Dassault Aviation) ଦ୍ୱାରା ନିର୍ମିତ ହେବ।
ଏହି ରାଇଫଲ୍-ଏମ୍ ବିମାନଗୁଡ଼ିକ INS ବିକ୍ରାନ୍ତ ଏବଂ INS ବିକ୍ରମାଦିତ୍ୟ ଭଳି ବିମାନ ବାହକ ଜାହାଜରୁ ପରିଚାଳିତ ହେବ। ଭାରତୀୟ ବାୟୁସେନା ପୂର୍ବରୁ ହିଁ ଅମ୍ବାଲା ଏବଂ ହାସିମାରା ଘାଟିରେ ୩୬ଟି ରାଫେଲ ଜେଟ୍ ପରିଚାଳନା କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟି ଅନ୍ ସିକ୍ୟୁରିଟି (CCS) ଏହି ଚୁକ୍ତିକୁ ଅନୁମୋଦନ କରିଛି। ରାଫେଲ-ଏମ୍ କୁ ବିମାନ ବାହକ ଜାହଜରୁ କରାଯାଉଥିବା ମିଶନ ପାଇଁ ଡିଜାଇନ୍ କରାଯାଇଛି, ଏଥିରେ ଦୃଢ଼ ଲ୍ୟାଣ୍ଡିଂ ଗିଅର, ଆରେଷ୍ଟର ହୁକ୍ ଏବଂ ସର୍ଟ ଟେକ୍-ଅଫ୍ ବଟ୍ ଆରେଷ୍ଟେଡ୍ ରିକଭରି (STOBAR-short take-off but arrested recovery) ଅପରେସନ୍ କରିବା ପାଇଁ ଏକ ସୁଦୃଢ଼ ଏୟାରଫ୍ରେମ୍ ରହିଛି । ଏହା ନୌସେନାର ବିମାନ ବାହକ ଜାହାଜରେ ଯୁଦ୍ଧ ବିମାନର ଉଡ଼ାଣ ଏବଂ ଅବତରଣ ପାଇଁ ବ୍ୟବହୃତ ଏକ ଟେକ୍ନୋଲୋଜି ଅଟେ ।
ଏହି ଚୁକ୍ତି କେବଳ ପ୍ରତିରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା ଭାରତୀୟ ସାମରିକ ଶକ୍ତିକୁ ଏକ ନୂତନ ଦିଗଦର୍ଶନ ଦେବ। ଏହା କେବଳ ବାୟୁସେନା ଏବଂ ନୌସେନାର କ୍ଷମତା ବୃଦ୍ଧି କରିବ ନାହିଁ, ବରଂ ଭାରତକୁ ଚୀନ୍ ଏବଂ ପାକିସ୍ତାନ ଭଳି ଶକ୍ତି ବିରୁଦ୍ଧରେ ଏକ ରଣନୀତି ଆହୁରି ସୁଦୃଢ ହେବ।
Comments are closed.