ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ତେଲେଙ୍ଗାନାର ହାଇଦ୍ରାବାଦରେ ଅନୁଷ୍ଠିତ FIH ହକି ବିଶ୍ୱକପ୍ 2026 କ୍ୱାଲିଫାୟର୍ସ(FIH Hockey Women’s World Cup 2026 Qualifiers)ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଶନିବାର ଫାଇନାଲରେ ଇଂଲଣ୍ଡଠାରୁ ୦-୨ ଗୋଲରେ ହାରିବା ସତ୍ତ୍ୱେ, ଭାରତୀୟ ମହିଳା ଦଳ ଚଳିତ ବର୍ଷ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
କାରଣ ଭାରତୀୟ ମହିଳା ଜାତୀୟ ହକି ଦଳ FIH ହକି ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲରେ ସ୍ଥାନ ପକ୍କା କରିବା ସହ ହକି ବିଶ୍ୱକପ୍ ୨୦୨୬ ପାଇଁ ଯୋଗ୍ୟତା ଅର୍ଜନ କରିସାରିଥିଲେ। ଶୁକ୍ରବାର ଦିନ ହାଇଦ୍ରାବାଦରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଇଟାଲୀକୁ ୧-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ଟିମ୍ ଇଣ୍ଡିଆ ।
And… it’s a wrap! 🎬
Congratulations to the teams qualified! 👏
Hyderabad – you’ve been AMAZING! 🔥🏑#HockeyIndia #IndiaKaGame #HWC2026 #MadeForHockey pic.twitter.com/BQMgZR4jQM— Hockey India (@TheHockeyIndia) March 14, 2026
ସୂଚନାଥାଉକି,ଏହି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ଇଂଲଣ୍ଡ, ରନର୍ସଅପ୍ ଭାରତ ଏବଂ ସ୍କଟଲାଣ୍ଡ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଆଗାମୀ ମହିଳା ହକି ବିଶ୍ୱକପ୍ ୧୪ ରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ପୁରୁଷ ଟୁର୍ଣ୍ଣାମେଣ୍ଟ ସହିତ ନେଦରଲ୍ୟାଣ୍ଡସ୍ ଏବଂ ବେଲଜିୟମ ମିଳିତ ଭାବରେ ଆୟୋଜନ କରିବେ।