ନୂଆଦିଲ୍ଲୀ: ବିଗତ ଦିନରେ କରୋନା ମାମଲା ବୃଦ୍ଧି ପାଇବା ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୯୫୩ ତାଜା କୋଭିଡ-୧୯ ସଂକ୍ରମଣ ମାମଲା ରେକର୍ଡ ହୋଇଥିବାବେଳେ ୧୮୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ମୃତ୍ୟୁ ସଂଖ୍ୟା ୧,୫୯,୫୫୮ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହାସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨.୮ ଲକ୍ଷ ଅତିକ୍ରମ କରିସାରିଲାଣି। ଶନିବାର ଦିନ ମୋଟ ୧୧,୫୫୫,୨୮୪ରେ ପହଞ୍ଚିଛି। ସେଥିମଧ୍ୟରୁ ସକ୍ରିୟ ମାମଲା ରହିଛି ୨.୩୬ ପ୍ରତିଶତ।
Comments are closed.