Latest Odisha News

ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା; ୩ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗିଲା ଦୈନିକ ପଜିଟିଭ ମାମଲା। ୮ ମାସ ପରେ ପ୍ରଥମ ଥର ପାଇଁ ୩ ଲକ୍ଷ ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୧୭,୫୩୨ଟି କରୋନା ମାମଲା ଚିହ୍ନଟ ହୋଇଛି। ସେଥିରୁ ୪୯୧ ଜଣଙ୍କର କରୋନାରେ ମୂତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି। ଏହାସହିତ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨,୨୩,୯୯୦ ।

ସକ୍ରିୟ ମାମଲା ରହିଛି ୧୯,୨୪,୦୫୧। ଦୈନିକ ପଜିଟିଭିଟି ହାର ରହିଛି ୧୬.୪୧%।

ଭାରତରେ ୯,୨୮୭ଟି ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି। ଯାହା ଗତକାଲିଠାରୁ ୩.୬୩% ବୃଦ୍ଧି ପାଇଛି।

Comments are closed.