Latest Odisha News

BREAKING NEWS

ଦେଶରେ ଗତ ୨୪ ଘଣ୍ଟାରେ ୧୪,୯୮୯ ନୂଆ ମାମଲା ଚିହ୍ନଟ; ମୃତ୍ୟୁ ସଂଖ୍ୟା ୯୮

ନୂଆଦିଲ୍ଲୀ: କରୋନାର ସକ୍ରିୟ ମାମଲା ଦେଶରେ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୯୮୯ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ଏହି ସମୟ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହେତୁ ୯୮ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୧ କୋଟି ୧୧ ଲକ୍ଷ ୩୯ ହଜାର ୫୧୬ ଟି କରୋନା ଭୂତାଣୁ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି। ତେବେ ଏଥିରୁ ୧ କୋଟି ୮ ଲକ୍ଷ ୧୨ ହଜାର ୪୪ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ  ୭୦ ହଜାର ୧୨୬ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ ନୂତନ ମାମଲାର ୮୦.୩୩ ପ୍ରତିଶତ ପାଞ୍ଚଟି ରାଜ୍ୟରେ ଅଛି। ଏଥିମଧ୍ୟରେ ମହାରାଷ୍ଟ୍ରରେ ୬୩୯୭, କେରଳରେ ୧୯୩୮ ଏବଂ ପଞ୍ଜାବରେ ୬୩୩ ଅନ୍ତର୍ଭୁକ୍ତ। ଏହି ତିନୋଟି ରାଜ୍ୟ ତଥା ଚଣ୍ଡିଗଡ଼, ଗୋଆ ଏବଂ ଗୁଜୁରାଟରେ ସଂକ୍ରମଣ ହାର ଦୁଇ ପ୍ରତିଶତ ରହିଛି, ଯାହା ଜାତୀୟ ସଂକ୍ରମଣ ହାରଠାରୁ ଅଧିକ।

Leave A Reply

Your email address will not be published.