Latest Odisha News

BREAKING NEWS

ଘରୁ କାର୍ ଡିଲରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଜଣେ କାର୍ ଡିଲର ଆତ୍ମହତ୍ୟା କରିଛନ୍ତି । ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ତାଙ୍କ ବାସଭବନରୁ ମଙ୍ଗଳବାର ମିଳିଛି । ମୃତକ ଭିକି ହରୀଶ ପୁରୀ ବୋଲି ଜଣାପଡ଼ିଛି । କାର୍ ଡିଲର ଭିକି ହରୀଶ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି ।

ପୋଲିସ ଅନୁସାରେ, ଭିକି ହରୀଶଙ୍କ କୋଠରୀରୁ ଏକ ସୁଇସାଇଡ୍ ନୋଟ୍ ମିଳିଛି । ସେ ଆଣିଥିବା କରଜକୁ ନେଇ ବେଶ୍ ଚିନ୍ତାରେ ଥିଲେ । ବଜାରରେ ସେ ବହୁତ ପରିମାଣର ଋଣ ଆଣିଥିଲେ । ଟଙ୍କା ଫେରାଇବା ଲାଗି ଋଣଦାତା ବାରମ୍ବାର ବାଧ୍ୟ କରୁଥିଲେ ବୋଲି ଜଣାପଡ଼ିଛି ।

ଘରେ କେହି ନଥିବା ବେଳେ ଭିକି ହରୀଶ ପୁରୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ପୋଲିସ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବ ବୋଲି ସୂଚନା ଦେଇଛି । ଏଥିସହ ଭିକି ହରୀଶଙ୍କ ସାଙ୍ଗ ଓ ଘନିଷ୍ଠଙ୍କ ବୟାନ ମଧ୍ୟ ସଂଗ୍ରହ କରାଯିବ । ଭିକି ହରୀଶଙ୍କ ଫୋନ୍ କଲ୍ସ, ମଧ୍ୟ ଯାଞ୍ଚ ପରିସରଭୁକ୍ତ ହେବ ବୋଲି ପୋଲିସ କହିଛି ।

Leave A Reply

Your email address will not be published.