Latest Odisha News

BREAKING NEWS

ବନ୍ଧୁକ ମୁନରେ ଜଳେଶ୍ୱରର ଯୁବକ ପଣବନ୍ଦୀ

ସୋର: ୮ ଲକ୍ଷ ଟଙ୍କା ଦିଅ… ସ୍ୱାମୀକୁ ମୁକୁଳାଇ ନିଅ । ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏନେଇ ଏକ ଭିଡିଓ ତାପସଙ୍କ ସ୍ତ୍ରୀ ସୁକାନ୍ତିଙ୍କ ମୋବାଇଲକୁ ପଠାଇଛନ୍ତି ଅପହରଣକାରୀ । ଭିଡିଓରେ ତାପସଙ୍କ ହାତଗୋଡ଼ ବନ୍ଧା ଯାଇଥିବା ଦେଖାଯାଉଥିବା ବେଳେ ପାଖରେ ବନ୍ଧୁକ ଓ ମାରଣାସ୍ତ୍ର ମଧ୍ୟ ରହିଛି । ସ୍ୱାମୀଙ୍କୁ ମୁକୁଳାଇବାକୁ ସୁକାନ୍ତି ସୋର ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ।

ବେଙ୍ଗଳୁରୁରେ କାମ କରୁଥିବା ତାପସ ୧୦ ଦିନ ତଳେ ଘରକୁ ଆସିଥିଲେ । କରୋନା ମାମଲା ବଢ଼ୁଥିବା ବେଳେ ଲକଡାଉନ୍ ଆଶଙ୍କା କରି ତାପସ ବେଙ୍ଗଳୁରୁ ଯାଇ ନଥିରେ । ଗତ ୨୮ ତାରିଖରେ ଏକ ଅଜଣା ନମ୍ବରରୁ ତାପସଙ୍କୁ ଏକ କଲ୍ ଆସିଥିଲା । ଭଲ କାମ ଅଛି, କୋଲକାତା ଆସ ବୋଲି ଫୋନ୍ କରି କହିଥିଲେ ଅଜଣା ବ୍ୟକ୍ତି । ତା’ପରେ ତାପସ କୋଲକାତା ଯାଇଥିବା ବେଳେ ସେବେଠୁ ନିଖୋଜ ଅଛନ୍ତି ।

ଗତକାଲି ମଙ୍ଗଳବାର ତାପସଙ୍କ ସ୍ତ୍ରୀଙ୍କ ନିକଟ ଅପହରଣକାରୀ ଏକ ଭିଡିଓ ପଠାଇଛନ୍ତି । ଯେଉଁଥିରେ ତାପସଙ୍କୁ ବାନ୍ଧି ରଖାଯାଇଛି । ତୁରନ୍ତ ୮ ଲକ୍ଷ ଟଙ୍କା ନଦେଲେ ହତ୍ୟା ତାପସଙ୍କୁ ହତ୍ୟା କରାଯିବ ବୋଲି ଅପହରଣକାରୀ ଧମକ ଦେଇଛନ୍ତି । ସୁକାନ୍ତି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଅପହରଣକାରୀଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ପଠାଇଥିବା ଜଣାପଡ଼ିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.