Latest Odisha News

୨୪ ଘଣ୍ଟାରେ ୫୪ ହଜାର ନୂଆ ଆକ୍ରାନ୍ତ, ୬୧ ହଜାର ସୁସ୍ଥ, ୭୧୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଟ୍ରେଣ୍ଡ । ଦୈନିକ ଆକ୍ରାନ୍ତଙ୍କ କମ୍ ଚିହ୍ନଟ ହେଉଛନ୍ତି । ସୁସ୍ଥ ହେଉଛନ୍ତି ଅଧିକ । ମୃତ୍ୟୁସଂଖ୍ୟା ବି କମିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୪ ହଜାର ୪୪ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬ ଲକ୍ଷ ୫୧ ହଜାର ୧୦୮କୁ ବୃଦ୍ଧି ପାଇଛି ।

କମୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୭୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୫ ହଜାର ୯୧୪କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୫୧% ।

ଆକ୍ଟିଭ୍ କେସ୍ ଲଗାତାର ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ କରୋନା ସକ୍ରିୟ ମାମଲାରେ ୮ ହଜାର ୪୪୮ ହ୍ରାସ ହୋଇଛି । ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ୭ ଲକ୍ଷ ୪୦ ହଜାର ୯୦ ଆକ୍ରାନ୍ତ ।

ଦେଶରେ ସୁସ୍ଥ ହାର ଉତ୍ସାହଜନକ ରହିଛି । ଦୈନିକ ଅଧିକ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୬୧ ହଜାର୭୭୫ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ସଂଖ୍ୟା ୬୭ ଲକ୍ଷ ୯୫ ହଜାର ୧୦୩କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ୮୮.୮୧%କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.