Latest Odisha News

BREAKING NEWS

ଆଜି ସେଓ ଦିବସ; କାହିଁକି ପାଳନ ହୁଏ ଏହି ଦିନ ଏବଂ କଣ ଏହାର ଉଦ୍ଦେଶ୍ୟ ଜାଣନ୍ତୁ

ଆଜି ହେଉଛି ‘ସେଓ ଦିବସ’। ପ୍ରଥମେ ଗ୍ରେଟ୍‌ ବ୍ରିଟେନ୍‌ରୁ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ସେଓର ଉତ୍ପତ୍ତି କାଜାଖସ୍ତାନରେ। ଖ୍ରୀଷ୍ଟପୂର୍ବ ୬୫୦୦ରେ ପ୍ରଥମେ ଜଙ୍ଗଲୀ ସେଓକୁ ଉଦ୍ୟାନ କୃଷିରେ ପରିଣତ କରାଯାଇଥିଲା। ଏହି ଗଛ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ଏହା ପ୍ରାଚୀନ ଗ୍ରିକ୍‌ ଓ ରୋମାନ୍‌ଙ୍କର ପ୍ରିୟ ଫଳ ଥିଲା।

ଏବେ ସାରା ବିଶ୍ୱ‌ରେ ପ୍ରାୟ ସାତ ହଜାର ପାଞ୍ଚ ଶହ ପ୍ରକାରର ସେଓ ମିଳୁଛି। ହଳଦିଆ, ସବୁଜ ଓ ଲାଲ ସେଓର ମୁଖ୍ୟ ରଙ୍ଗ। ଗୋଟିଏ ସେଓରୁ ଶରୀର ୮୦ କ୍ୟାଲୋରି ପାଏ। ଏହା ସୋଡିଅମ୍‌ ଓ କୋଲେଷ୍ଟେରୋଲ୍‌ ମୁକ୍ତ ଫଳ।

ସେଓ ଗଛ ଚାରି-ପାଞ୍ଚ ବର୍ଷର ହେବା ପରେ ଫଳ ଧରେ। ଏକ ପ୍ରକାରର ସେଓର ଆକାର ଚେରି ଭଳି। ସବୁଠାରୁ ବଡ଼ ସେଓର ଓଜନ ପ୍ରାୟ ଦେଢ଼ କିଲୋଗ୍ରାମ୍‌। ସେଓ ଉତ୍ପାଦନରେ ଚାଇନା ବିଶ୍ୱ‌ରେ ପ୍ରଥମ।

Leave A Reply

Your email address will not be published.