Latest Odisha News

ଦେଶରେ ୮୦ ଲକ୍ଷ କରୋନା ସଂକ୍ରମିତ, ସୁସ୍ଥ ହେଲେଣି ୭୩ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ୮୦ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୪୯ ହଜାର ୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୪୦ ହଜାର ୨୦୩କୁ ବୃଦ୍ଧି ପାଇଛି ।

ଏହି ସମୟରେ ଦେଶରେ କରୋନା ନେଇଛି ଆଉ ୫୧୭ ଜୀବନ । ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୦ ହଜାର ୫୨୭ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୫୦% । ଦେଶରେ କମୁଛି ଆକ୍ଟିଭ୍ କେସ୍ । ଏବେ ଚିକିତ୍ସାଧୀନ ଅଛନ୍ତି ୬ ଲକ୍ଷ ୩ ହଜାର ୬୮୭ ସଂକ୍ରମିତ ।

ବଢୁଛି ସୁସ୍ଥ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୫୬ ହଜାର ୪୮୦ ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା ୭୩ ଲକ୍ଷ ୧୫ ହଜାର ୯୮୯କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ରହିଛି ୯୦.୯୯% ।

Leave A Reply

Your email address will not be published.