Latest Odisha News

BREAKING NEWS

ସ୍କୁଲ ଖୋଲିବା ଆଗରୁ ବିଦ୍ୟାଳୟରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଦୀର୍ଘଦିନର ବ୍ୟବଧାନ ପରେ ଆସନ୍ତା ନଭେମ୍ବର କିମ୍ବା ଡିସେମ୍ବରରୁ ସ୍କୁଲ ଖୋଲିବାର ସମ୍ଭାବନା ରହିଛି।

ସୂଚନାନୁସାରେ, ପ୍ରଥମେ ୯ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି ମାତ୍ର ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିପାରନ୍ତି।

ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍‌ କରାଯିବ। ସେଠାରେ ସମସ୍ତଙ୍କର କୋଭିଡ୍‌ ପରୀକ୍ଷା କରାଯାଇପାରିବ ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ ସୂଚନା ଦେଇଛନ୍ତି।

ବିଏମ୍‌ସି କମିସନର ଦେଇଥିବା ସୁଚନା ଅନୁଯାୟୀ, ଏବେ ବିଏମ୍‌ସି କୋଭିଡ୍‌ ପରୀକ୍ଷା କମାଇନି। ଯେତେ ଲୋକ ଚାହିଁବେ ସେମାନଙ୍କର କରୋନା ପରୀକ୍ଷା କରିପାରିବେ। ରାଜ୍ୟ ସରକାର ଯଦି ସବୁ ସ୍କୁଲ କଲେଜରେ କୋଭିଡ୍‌ ପରୀକ୍ଷା କରିବାକୁ ନିର୍ଦ୍ଦେଶନାମା ଜାରି କରିବେ ତେବେ ସେନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହେବ।ବିଏମ୍‌ସି ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

କେବଳ ଶିକ୍ଷାନୁଷ୍ଠାନ ନୁହେଁ, ଆବାସିକ ସଂଘ, ଶିଳ୍ପାନୁଷ୍ଠାନ, ସରକାରୀ ଓ ବେସରକାରୀ ସଂସ୍ଥା ଯଦି ସେମାନଙ୍କର କର୍ମଚାରୀଙ୍କର କୋଭିଡ୍‌ ପରୀକ୍ଷା କରିବାକୁ ଚାହିଁବେ ତେବେ ଆମେ ସବୁ ପ୍ରକାରର ସହଯୋଗ ଯୋଗାଇଦେବୁ।

Leave A Reply

Your email address will not be published.