Latest Odisha News

BREAKING NEWS

ଧାୱନ, ଶୁଭମନଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ୧୦ ୱିକେଟରେ ବିଜୟୀ

ହରାରେ: ବୋଲିଂ ପରେ ବ୍ୟାଟିଂରେ ଭାରତୀୟ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରି ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୦ ୱିକେଟରେ ଜିମ୍ବାୱେକୁ ପରାସ୍ତ କରିଛି । ଶିଖର ଧାୱନ ଓ ଶୁଭମନ ଗିଲ ଅର୍ଦ୍ଧଶତକ ହାସଲ କରିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚକୁ ଏକତରଫା ଜିତାଇ ଦେଇଥିଲେ । ଏଥିସହ ଟିମ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୪୦.୩ ଓଭରରେ ୧୮୯ ରନ କରି ଅଲଆଉଟ ହୋଇ ଯାଇଥିଲା ।

ରେଗିସ ଚକାଭା (୩୫), ବ୍ରାଡ ଇଭାନ୍ସ (୩୩ ନଟଆଉଟ), ରିଚାର୍ଡ ନାଗରାଭ ୩୪ ରନର ଇନିଂସ ଖେଳିଥିଲେ । ଦୀପକ ଚାହର, ପ୍ରସିଦ୍ଧ କ୍ରିଷ୍ଣା ଓ ଅକ୍ଷର ପଟେଲ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଭାରତ ୩୦.୫ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ । ଧାୱନ ୮୧ ଓ ଶୁଭମନ ୮୨ ରନ କରିଥିଲେ । ଦଳଗତ ପ୍ରଦର୍ଶନ ଯୋଗୁ ଆମେ ବିଜୟ ହାସଲ କଲୁ ବୋଲି ଅଧିନାୟକ କେଏଲ ରାହୁଲ କହିଛନ୍ତି ।

Leave A Reply

Your email address will not be published.