ଭୁବନେଶ୍ବର: ଅଧିନାୟକ ହରମନପ୍ରୀତ ସିଂ (5′,46′)ଙ୍କ ଦୁଇଟି ଗୋଲ ବଳରେ ଭାରତ ପୁରୁଷ ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଛି । ରବିବାର ପୁଲ ଏରେ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଭାରତର ଏହା କ୍ରମାଗତ ଦ୍ୱିତୀୟ ବିଜୟ ।
ହରମନପ୍ରୀତ ମ୍ୟାଚର ୫ ଏବଂ ୪୬ ମିନିଟରେ ଗୋଲ ସ୍କୋର କରିଥିଲେ ଓ ମନଦୀପ ସିଂ ୪ ମିନିଟରେ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ।
A win that takes us to the top of 𝗣𝗼𝗼𝗹 𝗔 at the Hero Asia Cup, Rajgir, Bihar 2025.
🇯🇵 2-3 🇮🇳#HockeyIndia #IndiaKaGame #HumSeHaiHockey #HeroAsiaCupRajgir pic.twitter.com/E5U6ta4w9p
— Hockey India (@TheHockeyIndia) August 31, 2025
ସୂଚନାଥାଉକି, ଆଜି ଭାରତୀୟ ପୁରୁଷ ହକି ଦଳର ଗୋଲକିପର କ୍ରିଷ୍ଣନ ବାହାଦୂର ପାଠକ(goalkeeper Krishan B Pathak) ୧୫୦ଟି ଅନ୍ତର୍ଜାତୀୟ କ୍ୟାପ୍ ହାସଲ କରିଛନ୍ତି । ସେ ଦୁଇଥର ହକି ଇଣ୍ଡିଆ ବଲଜିତ ସିଂହ(Hockey India Baljit Singh Award) ପୁରସ୍କାର ବର୍ଷର ଶ୍ରେଷ୍ଠ ଗୋଲକିପର (୨୦୧୯, ୨୦୨୨) ପାଇଛନ୍ତି ଏବଂ ୨୦୨୪ ମସିହାରେ ତାଙ୍କୁ ପ୍ରତିଷ୍ଠିତ ଅର୍ଜୁନ ପୁରସ୍କାର(Arjuna Award )ରେ ସମ୍ମାନିତ କରାଯାଇଥିଲା।
The ever-reliant Abhishek was awarded the Hero of the Match in our match against Japan at the Hero Asia Cup Rajgir, Bihar 2025.#HockeyIndia #IndiaKaGame #HumSeHaiHockey #HeroAsiaCupRajgir pic.twitter.com/KnzmoHzOjY
— Hockey India (@TheHockeyIndia) August 31, 2025
1⃣5⃣0⃣ 𝐀𝐍𝐃 𝐂𝐎𝐔𝐍𝐓𝐈𝐍𝐆! 🤩
Hockey India congratulates Krishan B Pathak on playing his 150th match for the Indian men's hockey team.#HockeyIndia #IndiaKaGame
(1/2) pic.twitter.com/oCusVLsaCA
— Hockey India (@TheHockeyIndia) August 31, 2025
ଭାରତ ଏବଂ ଜାପାନ ମଧ୍ୟରେ ମ୍ୟାଚ୍ ଆରମ୍ଭରୁ ରୋମାଞ୍ଚକର ଥିଲା। ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ଏବଂ ପ୍ରାରମ୍ଭିକ ମିନିଟ୍ରେ ୪ ମିନିଟ୍ରେ ମନଦୀପ ସିଂ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ। ୫ ମିନିଟ୍ ରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୨-୦ରେ ଦୃଢ଼ ଅଗ୍ରଣୀ ଦେଇଥିଲେ।
ତେବେ ଦ୍ୱିତୀୟ କ୍ୱାର୍ଟର ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଅଗ୍ରଣୀ ବଜାୟ ରଖିଥିଲା ।
ତୃତୀୟ କ୍ୱାର୍ଟରରେ ୩୮ ମିନିଟରେ ଜାପାନର ଖେଳାଳି କୋସେଇ କାୱାବେ ଏକ ଗୋଲ ଦେଇ ସ୍କୋରକୁ ୨-୧ କରିଥିଲେ ଏବଂ ମ୍ୟାଚ୍କୁ ରୋମାଞ୍ଚକର କରିଥିଲେ । କିନ୍ତୁ ଭାରତ ପକ୍ଷରୁ ଅଧିନାୟକ ହରମନପ୍ରୀତ ସିଂ ୪୬ ମିନିଟରେ ଗୋଲ କରି ଭାରତକୁ ୩-୧ରେ ଅଗ୍ରଣୀ ରଖିଥିଲେ ।
ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଜାପାନ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ୫୯ ମିନିଟରେ କୋସେଇ କାୱାବେ ପୁଣି ଥରେ ଗୋଲ ଦେଇଥିଲେ ଏବଂ ସ୍କୋର ୩-୨ ହୋଇଥିଲା। ଶେଷ ମିନିଟ୍ରେ, ଜାପାନୀ ଖେଳାଳିମାନେ ଗୋଲ୍ ବରାବର କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ କିନ୍ତୁ ଭାରତୀୟ ଦଳ ସେମାନଙ୍କୁ ସଫଳ ହେବାକୁ ଦେଇ ନଥିଲା।
Comments are closed.