Latest Odisha News

BREAKING NEWS

ଗିଲଗିଟ, ବାଲତିସ୍ତାନ ଭାରତର ଅଭିନ୍ନ ଅଙ୍ଗ, ପାକିସ୍ତାନ ଏହାକୁ ଖାଲି କରୁ

ନୂଆଦିଲ୍ଲୀ: ପାକିସ୍ତାନ ଶୀଘ୍ର ଗିଲଗିଟ-ବାଲତିସ୍ତାନ ଖାଲି କରୁ ବୋଲି ଭାରତ ସରକାର ପକ୍ଷରୁ କୁହାଯାଇଛି । ଭାରତର ଏହା ଅଭିନ୍ନ ଅଙ୍ଗ ବୋଲି ଗିଲଗିଟ୍ ଏବଂ ବାଲତିସ୍ତାନ ଉପରେ ପାକିସ୍ତାନ କୋର୍ଟର ବିବାଦୀୟ ରାୟ ପରେ ଭାରତ ପକ୍ଷରୁ ଏହାର ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମ୍‌କୋର୍ଟ ଗିଲଗିଟ୍ ଏବଂ ବାଲତିସ୍ତାନରେ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ ଲାଗି ରାୟ ଦେଇଥିଲେ ।

ଏହାପରେ ଭାରତ ଏହାର ବିରୋଧ କରି କହିଛି ଯେ, ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍‌, ବାଲତିସ୍ତାନ ଆଦି ଭାରତର ଅଭିନ୍ନ ଅଙ୍ଗ । ଏହାକୁ ଶୀଘ୍ର ଖାଲି କରିବାର ଆବଶ୍ୟକତା ରହିଛି ବୋଲି ଭାରତୀୟ ବହର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ଉଦ୍ଦେଶ୍ୟରେ କୁହାଯାଇଛି । ପାକିସ୍ତାନ ଏହି ଅଞ୍ଚଳରୁ ଅବୈଧ ଦଖଲ ଉଠାଇ ନେବାକୁ ଭାରତ କହିଛି ।

Leave A Reply

Your email address will not be published.