Latest Odisha News

BREAKING NEWS

ଆସାମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା , ସଂକ୍ରମଣରେ ୨୫୦୦ ଘୁଷୁରୀ ମୃତ

ଗୁଆହାଟୀ: ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା ଆସାମରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଅନୁସାରେ ୩୦୬ ଗ୍ରାମରେ ୨୫୦୦ ଘୁଷୁରୀ ମୃତ୍ୟୁବରଣ କରିଲେଣି । ଘୁଷୁରୀଙ୍କୁ ମାରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆସାମର ପଶୁପାଳନ ମନ୍ତ୍ରୀ ଅତୁଲ ବୋରା ଆଉ କିଛି ଦିନ ଅପେକ୍ଷା କରାଯିବ ବୋଲି କହିଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି କରୋନା ସହ ଏହି ଆଫ୍ରିକାନ୍ ସ୍ୱାଇନ ଫ୍ଲୁର କୌଣସି ସମ୍ପର୍କ ନାହିଁ ।

ସବୁଠାରୁ ବଡ କଥା ମଣିଷ ଉପରେ ଏହି ସଂକ୍ରମଣର କୌଣସି ପ୍ରଭାବ ନାହିଁ । ଚୀନରୁ ଅରୁଣାଚଳ ଓ ପରେ ଆସାମକୁ ଏହି ଫ୍ଲୁ ବ୍ୟାପିଥିବା ସେ କହିଛନ୍ତି । ଆସାମରେ ଏବେ ୩୦ ଲକ୍ଷ ଘୁଷୁରୀ ଅଛନ୍ତି । ଯେଉଁ ଘୁଷୁରୀ ସଂକ୍ରମିତ ହୋଇ ନାହାନ୍ତି ସେମାନଙ୍କୁ ବଂଚାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ବୋରା କହିଛନ୍ତି ।

Leave A Reply

Your email address will not be published.