ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି ଅର୍ଥମନ୍ତ୍ରୀ। ଏଥିରେ ୨୦୨୫-୨୬ ଆର୍ଥିକ୍ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୩ ପ୍ରତିଶତରୁ ୬.୮ ପ୍ରତିଶତ ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି । ଯାହା ଗତ ୪ ବର୍ଷରେ ସବୁଠୁ କମ୍ ଅଭିବୃଦ୍ଧି ହାର।
ଅର୍ଥାତ୍ ଆସନ୍ତା ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ହାର କମିପାରେ। ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ଏହି ରିପୋର୍ଟ ଆଗତ କରିଛନ୍ତି। ୨୦୨୪ ଜୁଲାଇ ୨୨ରେ ହୋଇଥିବା ଆର୍ଥିକ୍ ସର୍ଭେରେ କୁହାଯାଇଥିଲା ଯେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତରୁ ୭ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଥିଲା। ଆର୍ଥିକ ସର୍ଭେ ରିପୋର୍ଟରେ ଆର୍ଟଫିସିଆର୍ ଇଣ୍ଟେଲିଜେନ୍ସି ପାଇଁ ରୋଜଗାର ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଚେତାଇ ଦିଆଯାଇଛି।
ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହ୍ରାସ କାରଣ ଉଲ୍କେଖ ରହିଛି। ଅର୍ଥନୈତିକଙ୍କ ସର୍ଭେ ଅନୁଯାୟୀ, ବାହ୍ୟ ଚ୍ୟାଲେଞ୍ଜ ପାଇଁ ଦେଶ ଅଭିବୃଦ୍ଧି କମିଛି। ସେହିପରି ସର୍ଭେରେ ଚୀନର ମାନ୍ୟୁଫେକ୍ଚର ସେକ୍ଟର ଉପରେ ନିର୍ଭରତାକୁ ନେଉ ଚିନ୍ତା ବ୍ୟକ୍ତି କରାଯାଇଛି। ଆସନ୍ତାକାଲି ପାଇଁ ସାରା ଦେଶ ଅପେକ୍ଷା କରିଛି। ଆସନ୍ତାକାଲି ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଲଗାତାର ଅଷ୍ଟମ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ।
Comments are closed.