ନୂଆଦିଲ୍ଲୀ : ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଛି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ । ଡିଜିସିଏ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ଏନେଇ ସୂଚନା ଦିଆଯାଇଛି ।
ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ମଧ୍ୟ ସ୍ବତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ମିଳିବ । ଏଥିସହ ପରିବହନ ବିମାନ ଚଳାଚଳରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି । କିଛି ଦିନ ଧରି କରୋନା ସଂକ୍ରମଣ ୪୦ ହଜାର ଉପରେ ରହୁଥିବାରୁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଜାରି ହୋଇଛି ଏପ୍ରିଲ ମାସର ଗାଇଡଲାଇନ୍ । ନୂଆ ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.