ମେଲବୋର୍ଣ୍ଣ:ଆଇସିସି ଟି୨୦ ମହିଳା ବିଶ୍ୱକପ କ୍ରିକେଟର ଟାଇଟଲ ମୁକାବିଲା ରବିବାର ହେବ । ଭାରତ ୫ ମ୍ୟାଚରୁ ୪ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଅପରପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରୁ ୪ ଜିତିଥିବା ବେଳେ ଲିଗ୍ ପର୍ଯ୍ୟାୟରେ ଭାରତ ନିକଟରୁ ହାରିଥିଲା । ଅଷ୍ଟ୍ରେଲିଆ ୫ମ ଟାଇଟଲ ହାସଲ ଲକ୍ଷ୍ୟରେ ଥିବା ବେଳେ ଭାରତ ପ୍ରଥମ ଥର ଏହି ସମ୍ମାନର ହକଦାର ହେବାକୁ ଚାହିଁବ । ପୂର୍ବରୁ ଟିମ୍ ଇଣ୍ଡିଆ ସେମି ଫାଇନାଲ ବାଧା ଅତିକ୍ରମ କରି ନ ଥିଲା ।
ଭାରତର ଶେଫାଳୀ ବର୍ମା ୧୬୧ ରନ ସଂଗ୍ରହ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜେମିମା ରୋଡ୍ରିଗ୍ୟୁଜ ୮୫, ଦୀପ୍ତି ଶର୍ମା ୮୩ ଓ ସ୍ମୃତି ମାନ୍ଧାନା ୩୮ ରନ କରିଛନ୍ତ୍ି । ଅପରପକ୍ଷରେ ବିପକ୍ଷ ଦଳର ବେଥ ମୁନୀ ୧୮୧ ରନ ସଂଗ୍ରହ କରି ଶୀର୍ଷରେ ଅଛନ୍ତି । ଏଲିସା ହିଲେ ୧୬୧, ମେଗ ଲେନିଂ ୧୧୬ ଓ ରିଚେଲ ହେଂସ ୧୦୨ ରନ କରିଛନ୍ତି ।
ଭାରତୀୟ ବୋଲରଙ୍କ ମଧ୍ୟରେ ପୁନମ ଯାଦବ ୯ ଉଇକେଟ ଅକ୍ତିଆର କରିଛନ୍ତି । ଶିଖା ପାଣ୍ଡେ ଓ ରାଧା ଯାଦବ ଯଥାକ୍ରମେ ୭ ଓ ୫ ଉଇକେଟ ନେଇଛନ୍ତି । ଅଷ୍ଟ୍ରେଲିଆର ମେଗନା ସ୍କଟ ୯, ଜେସ ଜନଶନ ୭ ଓ ଜର୍ଜିଆ ୱାରହାମ ୩ ଉଇକେଟ ନେଇଛନ୍ତି ।ଭାରତର ଶେଫାଳୀ ବର୍ମା ଓ ଅଷ୍ଟ୍ରେଲିଆର ବେଥ ମୁନୀଙ୍କୁ ଟ୍ରମ୍ପ କାର୍ଡ କୁହାଯାଉଛି ।
BREAKING NEWS
- ଭାରତ ବିପକ୍ଷରେ ଡାରେଲ ମିଚେଲଙ୍କ କୀର୍ତିମାନ
- ବାଣ ଭିଡୁଥିଲା ବେଳେ ବିସ୍ଫୋରଣ, ଜଣେ ମୃତ
- Rourkela Plane Crash: ବିମାନ ଦୁର୍ଘଟଣା ମୃତକଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି
- Sports Awards: ପ୍ରୀତିସ୍ମିତା, କାଳୁଚରଣ, ଏମଜିଏମ୍କୁ ‘ଓସଜା’ ପୁରସ୍କାର
- Diamond Land: ଏଇଠି ଅଛି ବିଶ୍ଵର ଡାଇମଣ୍ଡ ଲ୍ୟାଣ୍ଡ, ହୀରାର ଚମକ୍ ଏବଂ ମୂଲ୍ୟ ଏତେ ଯେ ଫିକା ପଡିଯିବ କୋହିନୂର୍…
- ଗଞ୍ଜାମର ୨୫ରୁ ଊର୍ଦ୍ଧ୍ବ ସ୍ଥାନରେ ଇଡି ଚଢ଼ାଉ; ୨.୬୩ କୋଟି ଜବତ
- Encounter: ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରି; ଜୈଶ ଆତଙ୍କି ଫସି ରହିଥିବା ଆଶଙ୍କା
- Rastrapati Bhawan: ୪୫ ଲକ୍ଷ ଇଟା, ୩୪୦ କୋଠରୀ, ନିର୍ମାଣ ପାଇଁ ଲାଗିଥିଲା ୧୭ ବର୍ଷ…ଏଥିପାଇଁ ସାରା ବିଶ୍ଵରେ ସ୍ୱତନ୍ତ୍ର ଭାରତର ରାଷ୍ଟ୍ରପତି ଭବନ…
- Home Remedies: ଆପଣ ମୁହଁରେ ହଳଦୀ ଏବଂ ଦହି ସହିତ ବେସନ ଲଗାଉଛନ୍ତି କି?, ହୋଇପାରେ କିଛି ଏମିତି…
- Religious Place: ପୂଜାସ୍ଥଳର ପବିତ୍ରତା ଏବଂ ଧାର୍ମିକ ଶୃଙ୍ଖଳା ବଜାୟ ରଖିବାକୁ କଠୋର ନିଷ୍ପତ୍ତି ନେଲେ ସରକାର…
Comments are closed.