Latest Odisha News

BREAKING NEWS

ଜାଣନ୍ତୁ କେଉଁ ଦେଶରେ କେତେ ରୋଗୀଙ୍କ ମୃତ୍ୟ ହେଲା; ୯୩ଟି ଦେଶରେ ପହଞ୍ଚିଲା କରୋନା ଭୂତାଣୁ !

ନୂଆଦିଲ୍ଲୀ: କରୋନା ଭୂତାଣୁର ସଂକ୍ରମଣରେ ବିଶ୍ୱର ଅଧିକାଂଶ ଦେଶ ସଂକ୍ରମିତ ହୋଇସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସଂକ୍ରମଣକୁ ଏକ ଜରୁରୀକାଳୀନ ଜନସ୍ୱାସ୍ଥ୍ୟ ସମସ୍ୟା ଭାବରେ ଘୋଷଣା କରିସାରିଛି । ଡବ୍ଲ୍ୟୁଏଚଓ ପକ୍ଷରୁ କୁହାଯାଇଛି ଯେ, ଏହି ମରଣାନ୍ତକ ରୋଗ ଲାଗି ଜନ ସଚେତନତା ତଥା ପ୍ରତିଷେଧକ ଉପାୟ ଆପଣେଇବା ଏକାନ୍ତ ଜରୁରୀ ।

ଶୀତପ୍ରଧାନ ଦେଶଗୁଡ଼ିକରେ ସାଧାରଣତଃ ସୂର୍ଯ୍ୟକିରଣ କମ ପଡୁଥିବା ଯୋଗୁଁ ଏହି ଦେଶ ଗୁଡ଼ିକରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହେବାରେ ଲାଗିଛି ବୋଲି ବିଶେଷଜ୍ଞଙ୍କ ମତ । ଦିଲ୍ଲୀରେ ଏବେ ଥଣ୍ଡାପାଗ ଜାରି ରହୁଥିବା ଯୋଗୁଁ ଏହି ଭୂତାଣୁ ଅଧିକ ମାତ୍ରାରେ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି ।

ଏବେ ସମଗ୍ର ବିଶ୍ୱରେ ୯୩ଟି ଦେଶକୁ ବ୍ୟାପି ସାରିଛି କରୋନା ଭୂତାଣୁ । ବିଶ୍ୱରେ ଏବେ ଏହି ଭୂତାଣୁ ଯୋଗୁଁ ୩,୪୩୪ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟି ସାରିଲାଣି ।

କେଉଁ ଦେଶରେ କେତେ ରୋଗୀଙ୍କ ମୃତ୍ୟୁ:

ଚୀନ – ୩୦୭୦
ଇଟାଲୀ – ୧୯୭
ଇରାନ – ୮୦
ଯୁକ୍ତରାଷ୍ଟ୍ର ଆମେରିକା – ୧୪

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଥିବା ବେଳେ ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦୦,୧୬୨ ଜଣ ।

ସେହିପରି ଭାବେ ଇଟାଲୀରେ ୪୬୩୬ ଜଣ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । ଆମେରିକାରେ ୨୨୦ ଜଣ ବ୍ୟକ୍ତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି ।

 

 

 

Leave A Reply

Your email address will not be published.