Latest Odisha News

ପିଏମ କେୟାର୍ସ ପାଣ୍ଠିକୁ ୨୫ କୋଟିର ସହାୟତା ଘୋଷଣା କଲା ଜେଏସପିଏଲ

ନୂଆଦିଲ୍ଲୀ: ଘରୋଇ ଷ୍ଟିଲ ନିର୍ମାତା କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କମ୍ପାନୀ ମଙ୍ଗଳବାର ଦିନ କୋଭିଡ-୧୯ ପ୍ରକୋପରୁ ଲଢ଼ିବା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ୨୫ କୋଟି ଟଙ୍କାର ସହାୟତା ଘୋଷଣା କରିଛି ।

ଜେଏସପିଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ଟ୍ୱିଟ କରି ଲେଖିଛନ୍ତି, “କୋଭିଡ-୧୯ ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରି ଜେଏସପିଏଲ କୋର୍ପୋରେଟ ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିରେ ୨୫ କୋଟି ଟଙ୍କାର ସହାୟତା ଦେଉଛି । କୋଭିଡ-୧୯ ବିରୋଧୀ ଲଢେଇରେ ଆମେ ଦେଶକୁ ପ୍ରତ୍ୟେକ ସମ୍ଭବ ସମର୍ଥନ ଦେବା ଜାରି ରଖିବୁ ।”

ଜେଏସପିଏଲ ଘାତକ ଭାଇରସର ସଂକ୍ରମଣକୁ ରୋକିବା ଦିଗରେ ମାସ୍କ ବିତରଣ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋÂୀଙ୍କୁ ୧ ଲକ୍ଷ ମାସ୍କ ତିଆରି କରିବା କାମରେ ଲଗାଇଛି ।

Leave A Reply

Your email address will not be published.