Latest Odisha News

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ୨କୋଟି ୩ଲକ୍ଷ ଦେଲା କଟକ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିକୁ ଛୁଟିଛି ସହାୟତାର ସୁଅ । ଆଜି କଟକ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ପକ୍ଷରୁ ୨କୋଟି ୩ଲକ୍ଷ ୨୭ ହଜାର ୮୫୧ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । କଟକ ସିବିବି ଅଧ୍ୟକ୍ଷ ବୀରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜରିଆରେ ଏହି ଅର୍ଥ ରାଶି ପ୍ରଦାନ କରାଯାଇଥିବା ନେଇ ସମବାୟ ମନ୍ତ୍ରୀ ରଣନ୍ଦ୍ରେ ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ପ୍ରଦାନ କରାଯାଇଥିବା ଅର୍ଥରେ ୨୦୧୮-୧୯ ଆର୍ଥିକ ବର୍ଷର ଲାଭ ୨ କୋଟି ଟଙ୍କା ରହିଛି । ଏଥିସହ ସମସ୍ତ କର୍ମଚାରୀଙ୍କ ଦିନକର ଦରମା ୨ଲକ୍ଷ ୨୭ ହଜାର ୮୫୧ ଟଙ୍କା ରହିଛି । ସେଣ୍ଟ୍ରାଲ କୋ-ଅପରେଟିଭି ବ୍ୟାଙ୍କ ସଭାପତି, ଉପ-ସଭାପତି ଓ କମିଟିର ଅନ୍ୟ ସଦସ୍ୟମାନେ ମିଶି ୧ ଲକ୍ଷ ଟଙ୍କା ଦେଇଛନ୍ତି । କରୋନା ମୁକାବିଲା ପାଇଁ ଏହି ଅର୍ଥ ରାଶି ପ୍ରଦାନ କରାଯାଇଥିବା ନେଇ ଯୋଗାଣ ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.