Latest Odisha News

BREAKING NEWS

କୋଭିଡ-୧୯: ଏବେ ଟେଲିଫୋନିକରେ ପ୍ରେସକ୍ରିପସନ୍ ଦେବେ ଡାକ୍ତର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣକୁ ହ୍ରାସ କରିବା ପାଇଁ ଡାକ୍ତରମାନେ ଏବେ ରୋଗୀମାନଙ୍କ ସହିତ ଫୋନ ଜରିଆରେ (ଟେଲିଫୋନିକ୍) ବାର୍ତ୍ତାଳାପ କରି ପ୍ରେସକ୍ରିପସନ୍ ଲେଖିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

ଏନେଇ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ନିତି ଆୟୋଗ ମିଳିତ ଭାବେ ଟେଲିମେଡିସିନ୍ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ବୋଲି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନାଭାଇରସ୍ ମୁକାବିଲା ଲାଗି ସ୍ୱାସ୍ଥ୍ୟସେବା ସୁବିଧାକୁ ସୁଦୃଢ କରିବା ସହିତ ଦୂରବର୍ତ୍ତୀ ଅ ଞ୍ଚଳରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବା ଏହି ନିର୍ଦ୍ଦେଶନାମା ମଧ୍ୟ ଲକ୍ଷ୍ୟ ।

ବର୍ତ୍ତମାନ ଜାରି ରହିଥିବା ଲକଡାଉନ ଯୋଗୁଁ ଅଧିକାଂଶ ଲୋକ ଡାକ୍ତରଖାନା ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହି ନିର୍ଦ୍ଦେଶାବଳୀ ଫଳରେ ଲୋକମାନଙ୍କ ପାଖରେ ଯଥାଶୀଘ୍ର ଚିକିତ୍ସା ସେବା ପହଞ୍ଚି ପାରିବ ।

ଏହି ନିର୍ଦ୍ଦେଶନାମାରେ ଟେଲିମେଡିସିନର ବିଭିନ୍ନ ଦିଗ ଉପରେ ସୂଚନା ପ୍ରଦାନ କରାଯାଉଛି, ଯେଉଁଥିରେ ଟେକ୍ନୋଲୋଜି ପ୍ଲାଟଫର୍ମ ଏବଂ ମେଡିକାଲ୍ ପ୍ରାକ୍ଟିସର୍ମାନଙ୍କ ପାଇଁ ଉପକରଣ ଏବଂ ସ୍ୱାସ୍ଥ୍ୟସେବା ବିତରଣ ଲାଗି ସେମାନଙ୍କୁ କିପରି ଏକୀକୃତ କରାଯିବ ରହିଛି।

Leave A Reply

Your email address will not be published.