Latest Odisha News

BREAKING NEWS

ପ୍ରଥମ ଦିନିକିଆ ହାରିବା ପରେ ଭାରତକୁ ଆଉ ଏକ ଝଟକା, କଟିଲା ମ୍ୟାଚ୍ ଫି

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା । ଭାରତୀୟ କ୍ରିକେଟ୍ ଟିମକୁ ଜରିମାନା ଲଗାଇଛି ଆଇସିସି। ସିଡନୀ ଦିନିକିଆରେ ମନ୍ଥର ବୋଲିଂ ପାଇଁ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି‘ର ୨୦ ପ୍ରତିଶତ ଜରିମାନା ଲାଗାଯାଇଛି । ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୫୦ ଓଭରକୁ ଚାରି ଘଣ୍ଟା ୬ ମିନିଟରେ ସମାପ୍ତ କରିଥିଲା । ଯେଉଁଥିପାଇଁ ଅଷ୍ଟ୍ରେଲିଆ ୬୬ରନରେ ହରାଇଥିଲା।

ଆଇସିସି ମ୍ୟାଚ୍ ରେଫରି ଡେଭିଡ୍ ବୁନ୍ ଏହି ଜରିମାନା ଲଗାଇଛନ୍ତି । ଖେଳାଳିମାନେ ଧାର୍ଯ୍ୟ ସମୟରେ ବୋଲିଂ କରିବାରେ ଅସମର୍ଥ ହେଲେ । ତେଣୁ ପ୍ରତ୍ୟେକ ଓଭର ପାଇଁ ସେମାନଙ୍କ ମ୍ୟାଚ୍ ଫି‘ର ୨୦ ପ୍ରତିଶତ ଜରିମାନା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଆଇସିସି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅଧିନାୟକ ବିରାଟ କୋହଲୀ ଏହି ଉଲଂଘନ ଓ ପ୍ରସ୍ତାବିତ ଦଣ୍ଡକୁ ଗ୍ରହଣ କରିଛନ୍ତି । ତେଣୁ ଅଧିକାରୀ ସ୍ତରରେ ଶୁଣାଣି କରାଯିବାର କୌଣସି ଆବଶ୍ୟକତା ନାହିଁ । ଅମ୍ପାୟାର ରୋଡ୍ ଟକର, ସାମ୍ ନୋଗାସ୍କି, ଟିଭି ଅମ୍ପାୟାର ପଲ ରିଫେଲ ଓ ଚତୁର୍ଥ ଅମ୍ପାୟାର ଜେରାଡ ଆବୋଡେ ଏହି ଉଲଂଘନ ସ୍ଥିର କରିଛନ୍ତି ।

ଷ୍ଟିଭ୍ ସ୍ମିଥ୍ ମ୍ୟାଚ୍ ପରେ ସ୍ବୀକାର କରିଛନ୍ତି ଯେ, ଏହା ସବୁଠାରୁ ଲମ୍ବା ୫୦ ଓଭର ମ୍ୟାଚ୍ ଥିଲା । ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠାରୁ ୬୬ ରନରେ ହାରିଛି ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୦-୧ରେ ପଛୁଆ ରହିଛି । ଆସନ୍ତାକାଲି ଦ୍ବିତୀୟ ଦିନିକିଆ ସିଡନୀରେ ଖେଳାଯିବ ।

Leave A Reply

Your email address will not be published.