Latest Odisha News

BREAKING NEWS

ନୟାଗଡ଼ ନାବାଳିକା ମୃତ୍ୟୁ ମାମଲା; ତଦନ୍ତ ଲାଗି ଏସଆଇଟିର ୫ ଜଣିଆ ଟିମ୍ ଗଠିତ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଜିଲ୍ଲାର ଯଦୁପୁର ଗାଁର ନାବାଳିକା ହତ୍ୟା ଘଟଣାର ତଦନ୍ତ ଲାଗି ଶନିବାର ଦିନ ଓଡିଶା ସରକାର ଏକ ୫ ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି।

ଆଇଜି ଅରୁଣ ବୋଥ୍ରା ନେତୃତ୍ୱ ନେଉଥିବା ଏହି ଟିମରେ କ୍ରାଇମ ବ୍ରାଞ୍ଚ ଅଧିକାରୀ ଆର.କେ ଦୋରା, ଏଏସପି ଆରସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର ବେହେରା ଏବଂ ମମତାରାଣୀ ପଣ୍ଡା ପ୍ରମୁଖ ରହିଛନ୍ତି।

ସ୍ୱତନ୍ତ୍ର ସଚିବ (ଗୃହ) ଏସଆଇଟି ଗଠନ ବିଷୟରେ ଓଡ଼ିଶା ହାଇକୋର୍ଟଙ୍କୁ ସୂଚନା ଦେଇଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଲେଖିଥିବା ଏକ ପତ୍ରରେ ସେ ଏହି ତଦନ୍ତର ତଦାରଖ ପାଇଁ ସିଟିଂ ଜଜ୍ ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.